PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ପିଣ୍ଡିକି ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଚନ୍ଦକା,୩ା୨(ଆ.ପ୍ର.): ମହାନ ସ୍ୱାଧୀନତା ସେନାନୀ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଅମଳିନ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ମାଟି ଦାରୁଠେଙ୍ଗ ସ୍ଥିତ ପିଣ୍ଡିକି ପଡିଆରେ ତୃତୀୟ ପ୍ରିମିୟର ଲିଗ୍‌ କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ ଗ୍ଲୋବାଲ ରାଇଜିଂ ଷ୍ଟାର ଓ ଜିଏସଟି ୱାରିଅମ, ଦ୍ୱିତୀୟ ମ୍ୟାଚ କୋହିନୂର କିଙ୍ଗ୍‌ ଓ ଦାରୁବ୍ରହ୍ମ ହଣ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଜିଏସଟି ୱାରିଅସ ୧୨ ଓଭର ଖେଳି ୭୨/୭ କରିଥିଲା । ସୋମନାଥ ପାଲଟାସିଂ ୨୧ ରନ କରିବା ସହିତ ୧ ଉଇକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଗ୍ଲୋବାଲ ରାଇଜିଂ ଷ୍ଟାର ୧୨ ଓଭର ଖେଳି ୬୩/୧୦ କରି ପରାଜିତ ହୋଇଥିଲା ।
ଦ୍ୱିତୀୟ ମ୍ୟାଚରେ ଦାରୁବ୍ରହ୍ମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୨ ଓଭରରେ ୨ ଉଇକେଟ ନେଇ ୧୨୮ ରନ କରିଥିଲା । ପ୍ରକାଶ ସାହୁ ବ୍ୟକ୍ତିଗତ ୬୬ରନ କରିଥିଲେ । ସେ ୮ଟି ଚୌକା ୩ଟି ଛକା ମାରିଥିଲେ । କୋହିନୂର ଏକାଦଶ ୧୨ ଓଭର ଖେଳି ୧୩୦ ରନ କରି ମ୍ୟାଚ ଜିତି ଥିଲା । କହ୍ନେଇ ନାୟକ ବ୍ୟକ୍ତିଗତ ୨୪ ବଲରୁ ୬୦ ରନ କରିଥିଲେ । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ଘୋଷଣା କରାଯାଇଥିଲା ।
ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କ୍ଲବ ସଭାପତି ଅକ୍ଷୟ କୁମାର ପାହାଡ଼ସିଂ ପୌରୋହିତ୍ୟ କରିଥିଲେ । ଶିଳ୍ପପତି ସଞ୍ଜୟ ପ୍ରତାପ ମୁଖ୍ୟ ଅତିଥି, ଚନ୍ଦକା ଥାନା ଆଇଆଇସି ସୁନିଲ ବେହେରା, ଇଂ. ନାରାୟଣ ମାଝୀ, ଅଧ୍ୟାପକ ମାନସ ପାତ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ଅଜିତ ଶ୍ରୀଚନ୍ଦନ ଓ ସୁଜିତ ଶ୍ରୀଚନ୍ଦନ ମ୍ୟାଚ ପରିଚାଳନା କରିଥିଲେ ।