ଅକ୍ଷରଙ୍କ ଘାତକ ବୋଲିଂ – ପିଙ୍କ ବଲ୍ ଡେ ନାଇଟ୍ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୧୧୨ ରନ୍ରେ ଧରାଶାୟୀ

ଅହମ୍ମଦାବାଦ- ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପିଙ୍କ୍ ବଲ୍ ଡେ ନାଇଟ୍ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୧୨ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି । ଏହି ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଓପନର୍ ଜାକ୍ କ୍ରାଉଲ୍ ବେଶ୍ ଭଲ ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।
ପ୍ରଥମରୁ ଇଂଲଣ୍ଡର ଖେଳାଳୀମାନେ ଖରାପ ଖେଳର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୬ଟି ଓ୍ୱିକେଟ୍ ନେଇଥିବା ବେଳେ ଅଶ୍ୱୀନ ୩ଟି ଏବଂ ଇଶାନ୍ତ ଶର୍ମ ଗୋଟିଏ ଓ୍ୱିକେଟ୍ ଦଖାଲ କରିଥିଲେ ।