ମହିଳାମାନଙ୍କୁ ଆଇନ୍‌ଗତ ସହାୟତା ପାଇଁ ପିଙ୍କ୍‌ ଲିଗାଲ୍‌

ମହିଳାମାନେ ଦୈନନ୍ଦିନ ଜୀବନରେ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ହିଂସାର ଶିକାର ହୋଇଥାନ୍ତି । କିନ୍ତୁ ତା’ ବିରୋଧରେ ଆଇନଗତ ପଦକ୍ଷେପ ନେବାପାଇଁ କ’ଣ କରିବାକୁ ହେବ, ସେ ନେଇ କ’ଣ ଆଇନ ରହିଛି ପ୍ରାୟତଃ ସେମାନେ ଜାଣିନଥାନ୍ତି । ମହିଳାଙ୍କୁ ଏ କ୍ଷେତ୍ରରେ ସାହାଯ୍ୟ କରିବାକୁ ମାନସୀ ଚୌଧୁରୀ ନାମକ ଜଣେ ଯୁବତୀ ଏକ ୱେବ୍‌ ପୋର୍ଟାଲ ଚଳାଉଛନ୍ତି । ତାର ନାମ ଦେଇଛନ୍ତି ‘ପିଙ୍କ୍‌ ଲିଗାଲ’ । ମାନସୀ ପେସାରେ ଜଣେ ଓକିଲ । ଦିଲ୍ଲୀର ଜିନ୍ଦଲ ଗ୍ଲୋବାଲ ସ୍କୁଲରୁ ଆଇନ ଶିକ୍ଷା ଶେଷ କରିବା ପରେ ସେ ହାଇଦ୍ରାବାଦ ହାଇକୋର୍ଟରେ ୨ ବର୍ଷ ଧରି ଅଭ୍ୟାସ କରିଥିଲେ । ଏହାପରେ ୨୦୧୮ରେ ସବରିମାଲା ମନ୍ଦିର, ଧାରା ୩୭୭ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟରେ ସେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧୀନରେ କାମ କରିଛନ୍ତି ।

୨୦୧୭ର ଏକ ଦୁର୍ଘଟଣା ମାନସୀଙ୍କୁ ଏହି ୱେବ୍‌ପୋର୍ଟାଲ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା । ସେ ରାତିରେ ନିଜ କାର୍‌ରେ ଯାଉଥିବାବେଳେ ଅନ୍ୟ ଏକ କାର୍‌ ତାଙ୍କ ଗାଡ଼ି ସହ ଧକ୍କା କରିଥିଲା । ପରେ ସେହି କାର୍‌ରେ ବସିଥିବା କିଛି ଲୋକ ତାଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଦୁଇ ଜଣ ଯୁବକ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଗାଳି ଦେବା ସହ ଗାଡ଼ିର ଡୋର୍‌ ଖୋଲିବାକୁ ଉଦ୍ୟମ କରିଥିଲେ । ବହୁ କଷ୍ଟରେ ସେଠାରୁ ସେ ଖସି ଆସିବାରେ ସକ୍ଷମ ହୋଇଥିଲେ । ପରେ ଦୁର୍ବୁତ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେହି ଘଟଣା ପରେ ମାନସୀ ଭାବିଲେ ସେ ଓକିଲ ହୋଇଥିବାରୁ ସେ ନିଜ ଅଧିକାର ପାଇଁ ଲଢ଼େଇ କରିପାରିଲେ, ହେଲେ ଦେଶରେ ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ଅଧିକାର ସଂପର୍କରେ କିଛି ଜାଣିନାହାନ୍ତି । ସେଭଳି ମହିଳାଙ୍କୁ ସାହାଯ୍ୟ କରିବା ଲାଗି ସେ ‘ପିଙ୍କ ଲିଗାଲ’ ପ୍ରତିଷ୍ଠା ପାଇଁ ଉଦ୍ୟମ କଲେ ।

ଏହି ୱେବସାଇଟ୍‌ରେ ମହିଳାଙ୍କ ଅଧିକାର ସହ ସଂପର୍କିତ ଅନେକ ଆଇନ ବିଷୟରେ ଉଲ୍ଲେଖ ରହିଛି । ବିଶେଷ କରି ସମ୍ପତ୍ତିଗତ ଅଧିକାର, ଯୌନ ନିର୍ଯାତନା, ଘରୋଇ ହିଂସା ଆଦି ପ୍ରସଙ୍ଗରେ ଥିବା ଆଇନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ, ଏହା ମାଧ୍ୟମରେ ତାଙ୍କର ୧୫ ଜଣିଆ ଟିମ୍‌ ମହିଳାଙ୍କୁ ସିଧାସଳଖ ମାଗଣାରେ ଆଇନଗତ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ଏ ସଂପର୍କରେ ମାନସୀ କହିଛନ୍ତି, ‘ପ୍ରତିଦିନ ଆମ ପାଖକୁ ବହୁ ସଂଖ୍ୟାରେ ଅଭିଯୋଗ ଆସୁଛି । ନିଜର ସାଧ୍ୟମତେ ଆମେ ସମସ୍ତଙ୍କୁ ସହାୟତା କରିବାକୁ ଉଦ୍ୟମ କରୁଛୁ ।’ ଏହାଦ୍ୱାରା ସେମାନଙ୍କୁ ମାନସିକ ଶାନ୍ତି ମିଳୁଛି ।’

   ସମ୍ବନ୍ଧିତ ଖବର


କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଚେଞ୍ଜ ନଥିବାରୁ ଲଟେରୀ ଟିକେଟ୍ ଧରାଇଦେଲେ କ୍ଲର୍କ, ରାତାରାତି ବନିଗଲେ କୋଟିପତି