ଆଜି ରାତିରେ ଆକାଶରେ ଦେଖିପାରିବେ ‘ପିଙ୍କ ମୁନ୍’, ଜାଣନ୍ତୁ ଏହା କ’ଣ…

ନୂଆଦିଲ୍ଲୀ,୨୦।୪: ଆଜି ରାତିରେ ଆପଣମାନେ ଆକାଶରେ ଦେଖିପାରିବେ ପିଙ୍କ ମୁନ୍। ଏହା ପୂର୍ବରୁ ଆପଣ ଭାବୁଥିବେ ଆଜି ରାତିରେ ବୋଧହୁଏ ଆକାଶରେ ଗୋଲାପୀ ରଙ୍ଗର ଜହ୍ନ ଦେଖିବାକୁ ମିଳିପାରେ। କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହାର ନାଁ କେବଳ ‘ପିଙ୍କ ମୁନ୍’ କିନ୍ତୁ ଏହାର ନାମ ସହିତ ରଙ୍ଗର କୌଣସି ସମ୍ପର୍କ ନାହିଁ। ଆଜି ଜହ୍ନରେ କୌଣସି ଗୋଲାପୀ ରଙ୍ଗ ଦେଖିବାକୁ ମିଳିବନି। କିନ୍ତୁ ଏହାର ନାମ  ପିଙ୍କ ଫ୍ଲାଓ୍ବାର ନାମରେ ଏହାକୁ ‘ପିଙ୍କ ମୁନ୍’ ରଖାଯାଇଛି। ଏହା ଏକ ସ୍ବତନ୍ତ୍ର ପ୍ରକାରର ଫୁଲ, ଯାହାକି ଆମେରିକାରେ ବସନ୍ତ ଋତୁରେ ଦେଖିବାକୁ ମିଳିଥାଏ। ଏହି ଫୁଲ ଗୋଲାପୀ ରଙ୍ଗର ହୋଇଥାଏ ଓ ଏହା ବସନ୍ତ ଋତୁରେ ମାଟିରେ ବିଛାଇ ହୋଇପଡି ରହିଥାଏ। ଆସନ୍ତା ମାସରେ ଅର୍ଥାତ ମଇ ୧୮ରେ ହେବାକୁ ଥିବା ପୂର୍ଣ୍ଣମୀରେ  ‘ଫ୍ଲାଓ୍ବାହର ମୁନ୍’ ଦେଖିବାକୁ ମିଳିବ।

‘ପିଙ୍କ ମୁନ୍’ ଏକ ପାରମ୍ପାରିକ ନାମ। ଆମେରିକାର ଆଦିବାସୀ ଫସଲ କାଟିବା ସମୟକୁ ମନେ ରଖିବା କାରଣରୁ ଅପ୍ରେଲ ମାସରେ ଚନ୍ଦ୍ରକୁ ‘ପିଙ୍କ ମୁନ୍’ କହିଥାନ୍ତି। କାରଣ ଏହି ସମୟରେ ଚାରିଆଡେ ଗୋଲାମୀ ରଙ୍ଗର ଫୁଲ-ଫଳ ଦେଖିବାକୁ ମିଳିଥାଏ ତେଣୁ ସେ ପୂର୍ଣ୍ଣମୀର ଚନ୍ଦ୍ରର ନାମ ‘ପିଙ୍କ ମୁନ୍’ ରଖିଥାନ୍ତି। ‘ପିଙ୍କ ମୁନ୍’କୁ ‘ଗ୍ରାସ ମୁନ୍’, ଫିଶ୍ ମୁନ୍ ଓ ଏଗ ମୁନ୍ ବୋଲି ମଧ୍ୟ କୁହାଯାଇଛି। ଉଲ୍ଲେଖନୀୟ ଯେ ଆମେରିକାରେ ପ୍ରତି ମାସରେ ପୂର୍ଣ୍ଣମୀର ଚନ୍ଦ୍ରକୁ ଭିନ୍ନ ଭିନ୍ନ ନାମ ରଖାଯାଇଥାଏ। କାରଣ ସେଠାରେ ଆଦିବାସୀ ସମୟ ପାଇଁ ଜୁଲିୟନ କିମ୍ବା ଗ୍ରେଗୋରୀୟାନ କ୍ୟାଲେଣ୍ଡରର ବ୍ୟବହାର କରିନଥାନ୍ତି। ଏହା ବଦଳରେ ଚନ୍ଦ୍ର ଜରିଆରେ ଋତୁର ଗଣନା କରିଥାନ୍ତି। ଏହି କାରଣରୁ ପ୍ରତି ମାସର ପୂର୍ଣ୍ଣମୀର ଏକ ଭିନ୍ନ ଭିନ୍ନ ନାମ ରଖିଥାନ୍ତି।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା