PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମିଶନ ପିପିଲି: ଆଶ୍ରିତଙ୍କ ପାଇଁ ମେହେନ୍ଦୀ କ୍ୟାମ୍ପେନ୍, ବିଜେପିର ମେହେନ୍ଦୀ ରଙ୍ଗ ଆଣିବ ତ?

ଭୁବନେଶ୍ବର, ୭/ ୪: ହାତ ପାପୁଲିରେ ଝଲସୁଛି ପଦ୍ମଫୁଲ ମାର୍କା ମେହେନ୍ଦୀ । ଆଉ ମେହେନ୍ଦୀ ଧୋଇବା ପରେ ପଦ୍ମଫୁଲ୍‌ରୁ ଗେରୁଆ ରଙ୍ଗ ଆହୁରି ଝସଲି ଉଠୁଛି । ବିଜେପିର ମହିଳା ମୋର୍ଚ୍ଚା ନେତ୍ରୀମାନେ ଏକ ନିଆରା ପ୍ରଚାର ଶୈଳୀ ଆପଣାଇଛନ୍ତି । ପିପିଲିରେ ନେତ୍ରୀମାନେ ଘର ଘର ବୁଲି ମହିଳାଙ୍କ ହାତରେ ଏମିତି କିଛି ଢ଼ଙ୍ଗରେ ବିଜେପିର ଛାପ ଦେଉଛନ୍ତି । ବିକାଶର ନାରା ଲଗାଇ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇ ଆଣିବାକୁ ଗୁହାରି କରୁଛନ୍ତି । ପିପିଲି ନିର୍ବାଚନରେ ଏହି ମେହେନ୍ଦୀ ଅଙ୍କା କ୍ୟାମ୍ପେନ୍‌ ଏବେ ବେଶ୍‌ ଚର୍ଚ୍ଚାରେ । ଏହି ମେହେନ୍ଦୀ କ୍ୟାମ୍ପେନ୍‌ ସହିତ ଆଶ୍ରିତ ପିପିଲିରେ ଗେରୁଆ ଧ୍ୱଜା ଉଡାଇବା ଆଶା ରଖିଛନ୍ତି ।ଆଶ୍ରିତଙ୍କ ପାଇଁ ରାଜନୀତି ନୂଆ ନୁହେଁ । ତାଙ୍କ ବାପା ଗୋପାଳକୃଷ୍ଣ ପଟ୍ଟନାୟକ ଅଶୀ ଦଶକରେ ରାଜନୀତିରେ ପାଦ ଦେଇଥିଲେ ।

ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ପିପିଲି ଚେୟାରମ୍ୟାନ ପାଇଁ ଲଢ଼ିଥିଲେ । ଆଶ୍ରିତ କିନ୍ତୁ ପ୍ରଥମେ ସରପଞ୍ଚ ପ୍ରାର୍ଥୀ ଭାବେ ରାଜନୀତିରେ ପଶିଥିଲେ । ୧୯୯୭ରେ ରୁପଦେଇପୁର ପଞ୍ଚାୟତର ସରପଞ୍ଚ ପାଇଁ ଲଢ଼ି ହାରିଥିଲେ । ଜିତିଥିବା ସରପଞ୍ଚ ବିରୋଧରେ କୋର୍ଟର ଆଶ୍ରୟ ନେଇ ଆଶ୍ରିତ ୨୦୦୦ରୁ ୨ ବର୍ଷ ଯାଏଁ ସରପଞ୍ଚ ରହିଲେ । ୨୦୦୭ରେ ସମିତି ସଭ୍ୟ ପଦ ହାତେଇଥିଲେ । ସେତେବେଳର କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ସମର୍ଥନରେ ପିପିଲି ବ୍ଲକ ଚେୟାରମ୍ୟାନ ହେଲେ । ଏହି ୫ ବର୍ଷରେ ସେ ପିପିଲିରେ ନିଜ ପାଇଁ ଭିତ୍ତିଭୂମିକୁ ସଜାଡି଼ଥିଲେ । ଖାଲି ବ୍ଲକ ନୁହେଁ, ଏନ୍‌ଏସିରେ ବି ତାଙ୍କର ବେଶ୍‌ ଖାତିର୍‌ ବଢ଼ିଲା ।

୨୦୧୨ରେ ପିପିଲିର ୨୨ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହେଲେ । ପରେ କିନ୍ତୁ ଯୁଧିଷ୍ଠିରଙ୍କ ସହ ମନୋମାଳିନ୍ୟ ହେଲା । ଯୁଧିଷ୍ଠିରଙ୍କ ସମର୍ଥନ ହରାଇବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସଙ୍କଟରେ ପଡି଼ଥିଲା । ୨୦୧୪ ସାଧାରଣ ନିର୍ବାଚନରେ ଅନେକ ଲବି ସତ୍ତେ୍ୱ କଂଗ୍ରେସ ପତାକା ଧରି ପାରିଲେନି । ଦିଲ୍ଲୀରୁ ଟିକେଟ୍‌ ମିଳିଲାନି । କିନ୍ତୁ ସେ ସ୍ୱାଧୀନ ଭାବେ ଲଢ଼ିଲେ । ପ୍ରାୟ ୧୮ ହଜାର ଭୋଟ୍‌ ପାଇଥିଲେ । ତଥାପି ହାର୍‌ ମାନି ନଥିଲେ । ୨୦୧୯ରେ ପଦ୍ମ ପୋଖରୀକୁ ଡିଆଁ ମାରିଲେ । ପିପିଲି-ଡେଲାଙ୍ଗରୁ ମୋଟ ୭୨ ହଜାର ୭୩୧ ଭୋଟ ଗୋଟାଇଥିଲେ । ୨୦୧୯ ଆଉ ଆଜି ମଧ୍ୟରେ ବହୁ ତଫାତ୍‌ । ଗତଥର ନରେନ୍ଦ୍ର ମୋଦିଙ୍କ ହାୱା ଥିଲା । ଏକାବେଳେ ଲୋକସଭା ଆଉ ବିଧାନସଭା ନିର୍ବାଚନ ମାହୋଲ ଥିଲା । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କଠାରୁ ୧୫, ୭୮୭ ଭୋଟ୍‌ ପଛେଇ ଯାଇଥିଲେ । ଏଥର କିନ୍ତୁ ଡବଲ ନିର୍ବାଚନ ହେଉନି । ମୋଦିଙ୍କ ହାୱାରେ ବି ହାଲ୍‌କା ବ୍ରେକ୍‌ ଲାଗିଛି ।

ତଥାପି ଏଥର ବିଜେପି ସବୁ ଜୋର୍‌ ଲଗାଇ ଦେଇଛି । ୩୫ ବର୍ଷ ବନାମ ୩୫ ମାସ ନାରାରେ ପିପିଲି ଗଡ଼ ଜିତିବାକୁ ସଜବାଜ ହେଉଛି । ବିଜେପିର ବଛା ବଛା ହେଭିୱେଟ୍‌ ନେତା ପିପିିଲିରେ ଡେରା ପକାଇଲେଣି । ନିର୍ବାଚନ ମଣ୍ଡଳୀକୁ ୬ ମଣ୍ଡଳ ୱାରିରେ ବାଣ୍ଟି ପ୍ରଚାର ଅଭିଯାନ ଚାଲିଛି । ଜଣେ ଲେଖାଏଁ ବିଧାୟକ ୬ ମଣ୍ଡଳକୁ ଲିଡିଂ କରୁଛନ୍ତି । ସାତଶଙ୍ଖ, ଦାଣ୍ଡମୁକୁନ୍ଦପୁର, କୌଶଲ୍ୟାଗଙ୍ଗ ଆଉ ଗଡ଼ମୋଟରି, ଘୋରଡି଼ଆ, ବୋରବୋଇରେ ମଣ୍ଡଳର କ୍ୟାମ୍ପ ଅଫିସ୍‌ ଖୋଲିଛି । ପ୍ରତି ପଞ୍ଚାୟତକୁ ୩ ନେତା ଜଗୁଛନ୍ତି । ଜଣେ ରାଜ୍ୟସ୍ତରୀୟ ନେତାଙ୍କ ବାଦ୍‌ ଯୁବ ଓ ମହିଳା ମୋର୍ଚ୍ଚାରୁ ଜଣେ ଲେଖାଏଁ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ବଡ଼ କଥା ହେଲା, ନିର୍ବାଚନ ମଣ୍ଡଳୀରେ ଆଶ୍ରିତଙ୍କ ଲୋକ ସମ୍ପର୍କ ଭଲ । ଯୁବ ଓ ଉଦୀୟମାନ ନେତା ଭାବେ ପରିଚିତ । ଲୋକଙ୍କ ଦୁଃଖ ସୁଖରେ ସବୁବେଳେ ସାଥୀ ହୋଇଛନ୍ତି । କ୍ଷମତାରେ ନ ଥାଇ ମଧ୍ୟ ସେ ଗରିବଙ୍କ ଆଶା ବାଡ଼ି ସାଜିଛନ୍ତି । ସବୁବେଳେ ଅନ୍ୟାୟ ବିରୋଧରେ ସ୍ୱର ଉଠାଇଛନ୍ତି । ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନସମ୍ପର୍କ ଆଧାରରେ ସେ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ଅଣ୍ଟା ଭିଡି଼ଛନ୍ତି ।

ସମ୍ବନ୍ଧିତ ଖବର