କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପୁରୀ ଦାନଗହିର ଗାଁ ସିଲ୍‌ – ଦିଲ୍ଲୀ ନିଜାମୁଦ୍ଦିନି ସମ୍ମିଳନୀରୁ ଯୋଗ ଦେଇ ଫେରିଥିଲେ


ପିପିଲି – ପୁରୀ ପିପିଲ ଅଞ୍ଚଳର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପୁଲିସ ଦାନଗହିର ଗାଁକୁ ୧୦ ଦିନ ପାଇଁ ସିଲ୍‌ କରିଛି । ଗାଁର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି । ୧୦ ଦିନ ଯାଏଁ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଛି । ଏହା ପାଳନ ନ କଲେ ପୁଲିସ ୧୪ ଦିନ ଧରି କ୍ୱାରେଣ୍ଟାଇନ୍‌ରେ ରଖିବ ବୋଲି ଘୋଷଣା କରିଛି ।

ଏପ୍ରିଲ ୪ତାରିଖ ସକାଳୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏଠାରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଗତ କିଛି ଦିନ ତଳେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଦିଲ୍ଲୀ ରେ ଚାଲିଥିବା ସମ୍ମିଳନୀରେ ଯୋଗ ଦେଇଥ ଫେରିଥିଲେ । ଏହାପରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ସେହିଁ ଅଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ