ପିପିଲି ଉପନିର୍ବାଚନ : ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିପିଲି, ୭।୪ : ପାଖେଇ ଆସିଲାଣି ପିପିଲି ଉପନିର୍ବାଚନ। ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା ୧୩ ତାରିଖରେ ପିପିଲିରେ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ପିପିଲିରେ ରାଲି କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ତାଙ୍କ ସହ ଆଉ କିଛି କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ।
ଆସନ୍ତାକାଲି ଠାରୁ ପିପିଲି-ଡେଲାଙ୍ଗରେ ଜୋନାଲ ରାଲି କରିବ ବିଜେପି। ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ସେପଟେ ପିପିଲି ପାଇଁ ବିଜେଡିରୁ ଭର୍ଚୁଆଲରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମରେ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।