ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ଭୁବନେଶ୍ୱର, ୨୫।୯: ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି। ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ରାଜଧାନୀରେ ଏବେ କିଛିଦିନ ଧରି ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚୋରା ବନ୍ଧୁକ ବେପାରୀଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲା ।

କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ପୋଲିସ କଳ୍ପନା ଛକରେ ଚଢାଉ କରିଥିଲା । ସେଠାରେ  ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି ।  ଗିରଫ ୨ ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡିଛି । ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ୨ ଯୁବକଙ୍କୁ ଗିରଫ ପରେ ସେମାନଙ୍କୁ ବଡଗଡ ଥାନାକୁ ହସ୍ତାନ୍ତର କରାଯାଇଛି । ତେବେ ବିକିବାକୁ ଆସିଥିବା ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ କହିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି। ୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି  ଏସଟିଏଫ ଓ ବଡଗଡ ଥାନା ପୋଲିସ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା