ପୀଠ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନାଗା ମୂର୍ତ୍ତି ଉଚ୍ଚତା ୪ ଫୁଟ !

ପୁରୀ: ପୁରୀରେ ଶାରଦୀୟ ପୂଜା ଅବସରରେ ପୀଠ ମୂର୍ତ୍ତିର ଉଚ୍ଚତା ନେଇ ଶୀଘ୍ର ପ୍ରଶାସନ ତାର ନିଷ୍ପତ୍ତି ଶୁଣାଇବ । ଗୋଟିଏ ସୂଚନା ସ୍ପଷ୍ଟ ମିଳୁଛି ନାଗାମେଢ଼ଗୁଡିକର ଉଚ୍ଚତା ଚାରି ଫୁଟ ରହିବା କଟକଣାରେ ପରିବର୍ତ୍ତନ ହେବନି ।

ଏହି କଟକଣା ମୁତାବକ କିଛି ନାଗା ମେଢ଼ର ନିର୍ମାଣ ଚାଲିଛି । ଅନ୍ୟ ପାରମ୍ପରିକ ପୀଠ ମୂର୍ତ୍ତିଗୁଡିକ ସଂମ୍ପର୍କରେ ପ୍ରଶାସନ କଟକଣା କୋହଳ ହେବ କି ନାହିଁ ସେ ସମ୍ପର୍କରେ ଘୋଷଣାକୁ ଅପେକ୍ଷା କରିଛି ସାତ ସାହି ପୂଜା କମିଟି । ଇତିମଧ୍ୟରେ ପ୍ରଶାସନର କଟକଣା ପରିପ୍ରେକ୍ଷୀରେ କିଛି ସାର୍ବଜନିନ ଦୂର୍ଗା ମେଢ଼ ଚଳିତ ବର୍ଷ ବନ୍ଦ ରହିବା ଖବର ମିଳିଛି । ସାତ ସାହି ପୂଜା କମିଟି ପକ୍ଷରୁ ଦାଖଲ ହୋଇଥିବା ମୂର୍ତ୍ତି ଓ ଉଚ୍ଚତା ତାଲିକାରେ ଚାରି ଗୋଟି ବଡ ନାଗା ମେଢ଼ ରହିଛି । ଏଥିରୁ ମାଜଣା ଜାଗା ନାଗା ମୂର୍ତ୍ତିର ଉଚ୍ଚତା କମାଇ ନିର୍ମାଣ କରାଯାଉଛି । ବାକି ନାଗା ମେଢ଼ଗୁଡିକର ଉଚ୍ଚତା ନେଇ ପ୍ରଶାସନ ଜାରି କରିଥିବା କଟକଣା ମାନି ନେବାର ସୂଚନା ମିଳିଛି । ଦାଖଲ ହୋଇଥିବା ପୀଠ ମୂର୍ତ୍ତିଗୁଡିକର ତାଲିକା ଏବଂ ଉଚ୍ଚତା ସମ୍ପର୍କୀୟ ତଥ୍ୟକୁ ପ୍ରଶାସନ ତର୍ଜମା କରୁଥିବାର ଖବର ମିଳିଛି । ଉଲ୍ଲେଖନୀୟ ମୂର୍ତ୍ତି ଉଚ୍ଚତା ବ୍ୟତିତ ପ୍ରଶାସନର ଅନ୍ୟ ସମସ୍ତ କୋଭିଡ୍‌ କଟକଣାକୁ ପୂଜା କମିଟିମାନେ ମାନି ନେବେ ବୋଲି ସହମତି ଦେଇ ସାରିଛନ୍ତି । ସାତ ସାହି ପୂଜା କମିଟି ମତ ଦେଇଛି କଥା କଥାରେ ଶ୍ରୀମନ୍ଦିର ସହ ଯୋଡି ରହିଥିବା ପରମ୍ପରାକୁ ହଠାତ ବାତିଲ କରିବା ଅନୁଚିତ ।

ଏହା ଲୋକଙ୍କ ଧର୍ମ ଭାବନାକୁ ହାନି ପହଞ୍ଚାଉଛି । ତେଣୁ ପ୍ରଶାସନ ପୂଜା କମିଟିର ପୀଠ ମୂର୍ତ୍ତି ତାଲିକା ଉପରେ ଅନୁକୂଳ ଆଦେଶ ଜାରି କରିବ ବୋଲି ଆଶା ବାନ୍ଧି ବସିଛି । ଉପଜିଲ୍ଲାପାଳଙ୍କ ଜରିଆରେ ପୁରୀ ଜିଲ୍ଲାପାଳଙ୍କୁ ପୂଜା କମିଟି ଦେଇଥିବା ତାଲିକାକୁ କଟକଣା ପରିପ୍ରେକ୍ଷୀରେ ପୁନଃବିଚାର କରାଯିବା ନେଇ ଆଭାସ ମିଳିଛି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ