ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ପିତୃପକ୍ଷ, ପିତୃପିତାଙ୍କ ଆଶୀର୍ବାଦ ପାଇବା ପାଇଁ ଏପରି କରନ୍ତୁ ଶ୍ରାଦ୍ଧ …

ପିତୃପକ୍ଷରେ ପୂର୍ବଜ ମାନଙ୍କୁ ମନେପକାଇବା ପାଇଁ ସେମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଏହି ଦିନଗୁଡିକରେ ପିତୃପୁରୁଷଙ୍କ ଶାନ୍ତି ପାଇଁ ଦାନପୂଣ୍ୟ ଓ ପୂଜାପାଠ କରାଯାଏ । ତାହାଲେ ଯାଇ ଆମ ଉପରେ ପୂର୍ବପୁରୁଷଙ୍କ କୃପା ବର୍ଷା ହେବ । ଏହି ଦିନରେ ଶ୍ରାଦ୍ଧକର୍ମ ଦ୍ବାରା ମଣିଷର ଆୟୁଷ ବଢିବା ସହ ଆଗାମୀ ପୀଢି ବା ବଂଶ ବିସ୍ତାର ପାଇଁ ପିତୃପୁରୁଷ ଆଶୀର୍ବାଦ କରିଥାନ୍ତି ।

ସେପ୍ଟମ୍ବର ୧ ତାରିଖରୁ ପିତୃପକ୍ଷ ଆରମ୍ଭ ହେଉଛି । ଏମିତିବି ପ୍ରତ୍ୟକ ମାସର ଅମାବାସ୍ୟାରେ ପିତୃପୁରୁଷଙ୍କ ତର୍ପଣ କରାଯାଇଥାଏ । କିନ୍ତୁ ପିତୃପକ୍ଷର ସବୁ ସମୟ ପୁରାପୁରି ଭାବରେ ପିତୃପୁରୁଷଙ୍କ ପାଇଁ ଉଦ୍ଧିଷ୍ଠ ଥାଏ । ଶ୍ରାଦ୍ଧରେ ପିତୃପୁରୁଷଙ୍କ ତର୍ପଣ କରିବା ଦ୍ବାରା ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ଶ୍ରଦ୍ଧାରେ ଶ୍ରାଦ୍ଧ ଦେଲେ ପିତୃପକ୍ଷ ଶାନ୍ତି ହେଉଥିବା କୁହାଯାଏ । ପିତୃପୁରଷଙ୍କ ଆତ୍ମାକୁ ଶାନ୍ତି ପାଇଁ ସାସ୍ତ୍ରରେ ଶ୍ରାଦ୍ଧକୁ ବହୁତ ମହତ୍ବ ଭାବେ ମନା ଯାଏ ।

କେମିତି କରିବେ ପିତୃପୁରୁଷଙ୍କ ଶ୍ରାଦ୍ଧ ?

ପିତୃପୁରୁଷଙ୍କ ଶ୍ରାଦ୍ଧ ତାଙ୍କର ମୃତ୍ୟୁତିଥିରେ ହେବା ଦରକାର

ପିତାଙ୍କ ଶ୍ରାଦ୍ଧ ଅଷ୍ଟମି ଓ ମାତାଙ୍କ ଶ୍ରାଦ୍ଧ ନବନୀ ତିଥିରେ କରାଯାଇଥାଏ

ଯଦି କୌଣସି ବ୍ୟକ୍ତିଙ୍କ ଅକାଳମୃତ୍ୟୁ ହୋଇଥାଏ ତେବେ ତାଙ୍କର ଶ୍ରାଦ୍ଧ ଚତୁର୍ଦଶୀରେ ହୋଇଥାଏ

ସାଧୁ ଓ ସୈନ୍ୟାସୀଙ୍କ ଶ୍ରାଦ୍ଧ ଦ୍ବାଦଶୀ ତିଥିରେ ହେବା ଦରକାର

ଯେଉଁ ମାନଙ୍କ ମୃତ୍ୟୁର ଦିନ ପାସୋରି ଦେଇଛନ୍ତି ସେମାନଙ୍କ ଶ୍ରାଦ୍ଧ ଆମବାସ୍ୟା ଦିନ ହେବା ଦରକାର

କିପରି କରିବେ ପିଣ୍ଡଦାନ ?

ଶ୍ରାଦ୍ଧରେ ପିଣ୍ଡଦାନ, ତର୍ପଣ ଓ ବ୍ରାହ୍ମଣ ଭୋଜନ କରାଯାଇଥାଏ  । ଏଥିରେ ଚାଉଳ, ,ଗାଇକ୍ଷୀର, ଘିଅ, ସାକର ଓ ରହଦକୁ ମିଶାଇ ପିଣ୍ଡ ତିଆରି କରାଯାଇଥାଏ । କଳା ତେଲ, ବାର୍ଲି, କୁଶା ଯଥା ସବୁଜ ଘାସ ଏବଂ ଧଳା ଫୁଲ ପାଣିରେ ମିଶ୍ରିତ ହୋଇ ଏକ ଆନୁଷ୍ଠାନିକ ଢଙ୍ଗରେ ଦିଆଯାଏ | ଏହା ପରେ ଏକ ବ୍ରାହ୍ମଣ ଭୋଜି ପ୍ରସ୍ତୁତ କରାଯାଏ | କୁହାଯାଏ ଯେ ଏହି ଦିନରେ ତୁମର ପୂର୍ବପୁରୁଷମାନେ କୌଣସି ରୂପରେ ଆପଣଙ୍କ ଦ୍ୱାରକୁ ଆସିପାରନ୍ତି ।  ତେଣୁ ଘରକୁ ଆସୁଥିବା କୌଣସି  ବ୍ୟକ୍ତିଙ୍କୁ ଅସମ୍ମାନ କରାଯିବା ଉଚିତ୍ ନୁହେଁ  ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…

କେମିକାଲ ମୁକ୍ତ ସାବୁନ

ଏହାକୁ ଖାଇଲେ ତଥା ତ୍ୱଚାରେ ଏହାର ତେଲ ଲଗାଇଲେ ଦେଖା ଯିବେ କମ୍‌ ବୟସ୍କ