ସୋସିଆଲ ମିଡିଆରେ ଟ୍ରୋଲ ହେଲେ ପୀୟୁଷ ଗୋୟଲ,ନିଉଟନଙ୍କ ସ୍ଥାନରେ ଏହି ବୈଜ୍ଞାନିକଙ୍କୁ କହିଲେ ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାରକ

ନୂଆଦିଲ୍ଲୀ,୧୨।୯: ପିଲାବେଳୁ ସମସ୍ତେ ପଢିଆସିଛୁ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ ମହାନ ବୈଜ୍ଞାନିକ ନ୍ୟୁଟନ କରିଥିଲେ। କିନ୍ତୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମତରେ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ ସାର ଆଇଜାକ ନିଉଟନ ନୁହେଁ ବଂର ଆଲବର୍ଟ ଆଇନଷ୍ଟାଇନ କରିଥିଲେ। ଗୋୟାଲଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଇଣ୍ଟରନେଟରେ ଲୋକମାନେ ତାଙ୍କୁ ଯୋରଦାର ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏପରିକି ଇଣ୍ଟରନେଟ୍ ୟୁଜରମାନେ ମିମ୍ସ ତିଆରି କରି  ଗୋୟଙ୍କୁ ପରିହାସ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାପରେ ଗୋୟଲ କହିଛନ୍ତି,ଉଦ୍ୟଗକୁ ପ୍ରୋତ୍ସାହନ ଦେବା ଦିଗରେ ଭାଷଣ ଦେବା ସମୟରେ ମୋର କଥାକୁ ଅତିରଞ୍ଜିତ କରି ଏଭଳି ଉପସ୍ଥାପିତ କରି ମୋତେ ଟାର୍ଗେଟ କରାଯାଉଛି।

ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ୫ ଲକ୍ଷ କୋଟି ଟଙ୍କାର ଅର୍ଥବ୍ୟବସ୍ଥା ସୃଷ୍ଟି କରିବାର ପ୍ରଶ୍ନର ଉତ୍ତର ଦେଇ ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଯେଉଁ ଯୁକ୍ତି ଦର୍ଶାଇଥିଲେ ତାହା ଏବେ ସୋସିଆଲ ମିଡିରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ରହିଛି। ଗୋୟଲ ବୋର୍ଡ ଅଫ୍ ଟ୍ରେଡର ବୈଠକରେ ଅର୍ଥବ୍ୟବସ୍ଥା ସମ୍ପର୍କରେ କହିବାକୁ ଯାଇ କହିଛନ୍ତି, ଆଇନଷ୍ଟାଇନ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ କରି ଗଣିତରେ କୌଣସୁ ସାହାର୍ଯ୍ୟ କରିନଥିଲେ। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ୫ହଜାର ବିଲିୟଲ ଡଲାର କରିବାର ଲକ୍ଷ୍ୟକୁ ଗଣିତ ଦୃଷ୍ଟିରୁ ଦେଖାନଯାଉ।

ତାଙ୍କର ଏଭଳି ମନ୍ତବ୍ୟ  ପରେ ଟ୍ବିଟର ଓ ଫେସବୁକରେ ଲୋକମାନେ ଟ୍ରୋଲ କରି କହିଥିଲେ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ ସର ଆଇଜାକ୍ ନ୍ୟୁଟନ୍ କରିଥିଲେ। ଆଲବର୍ଟ ଆଇନଷ୍ଟାଇନ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ, ସେ ମାଧ୍ୟକର୍ଷଣ ଶକ୍ତିର ସନ୍ଧାନ କରିନଥିଲେ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଲୋକମାନେ ଟ୍ରୋଲ କରିଥିଲେ। ସୀତାରମଣ କହିଥିଲେ, ବାହାନ କମ୍ ବିକ୍ରି ହେବାର କାରଣ ହେଉଛି ଯୁବପୀଢିମାନେ ଅଧିକ ମାତ୍ରାରେ ଓଲା ଓ ଉବେରର ସେବା ବ୍ୟବହାର କରୁଛନ୍ତି। ସୀତାରମଣଙ୍କ ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ କିଛି ଲୋକ ସୀତାରମଣ ଓ ଗୋୟଲଙ୍କ ମନ୍ତବ୍ୟକୁ ଥଟ୍ଟାମଜା କରିବାରେ ଲାଗିଲେଣି।

ଉଲ୍ଲେଖନୀୟ ଯେ, ସାର ଆଇଜାକ ନିଉଟନ ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍‌କୁଲସ୍ରେ ନିଜର ନିୟମ ପାଇଁ ଜଣା । ସେଭଳି ଆଲବର୍ଟ ଆଇନଷ୍ଟାଇନ  ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଥିଲେ।  ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ।  

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now