ବାଣୀବିହାରର ପ୍ଲାଟିନମ୍ ଜୁବୁଲି ପାଇଁ ଫୁଲ୍ ଦମରେ ଲାଗିପଡିଛନ୍ତି ମନ୍ତ୍ରୀ ତଥା ପୂର୍ବତ୍ତନ ଛାତ୍ର ଅରୁଣ ସାହୁ

ଭୁବନେଶ୍ୱର ୨୨/୧୧: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବାଣୀବିହାରର ପ୍ଲାଟିନମ୍ ଜୁବୁଲି । ଏହି ଅବସରରେ ଶିକ୍ଷାନୁଷ୍ଠାନର ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେବେ । ତେବେ ସେମାନଙ୍କ ମଧ୍ୟରୁ ଅରୁଣ ସାହୁ ଅନ୍ୟତମ । ସେ ନିଜକୁ ମନ୍ତ୍ରୀ ଭାବେ ପରିଚୟ ଦେବା ବଦଳରେ ବାଣୀବିହାରର ପୂର୍ବତ୍ତନ ଛାତ୍ର ଭାବେ ପରିଚୟ ଦେଇ ଗର୍ବ ଅନୁଭବ କରୁଛନ୍ତି ।

ବାଣୀବିହାରର ପ୍ଲାଟିନମ୍ ଜୁବୁଲିକୁ ସଫଳ କରିବାପାଇଁ ଜଣେ ନେତା ନହୋଇ ଜଣେ ଛାତ୍ର ଭାବେ ଲାଗିପଡିଛନ୍ତି ଅରୁଣ । ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି, ପଡିଆରେ ସମସ୍ତଙ୍କ ସାଙ୍ଗରେ ଫୁଟବଲ୍ ଖେଳୁଛନ୍ତି । ଏକଦା ଏଇଠି ପାଠପଢି ଏବେ ରାଜ୍ୟର ଜଣେ ସଫଳ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଛନ୍ତି ଅରୁଣ ସାହୁ । ତେଣୁ ପ୍ଲାଟିନମ୍ ଜୁବୁଲି ଉତ୍ସବର ଦାୟିତ୍ୱ ନିଷ୍ଠାପର ଭାବେ ସମ୍ଭାଳୁଛନ୍ତି ଅରୁଣ । ରାଜନୀତିର ଉଦ୍ଧ୍ୱର୍କୁ ଉଠି ଉତ୍ସବରେ ଯୋଗ ଦେବାପାଇଁ ସମସ୍ତେ ସମ୍ମତି ପ୍ରକାଶ କରିଛନ୍ତି । ପ୍ଲାଟିନମ ଜୁବୁଲି କିଭଳି ସଫଳ ହେବ ସେଥିପାଇଁ ସମସ୍ତେ ଲାଗି ପଡିଥିବାବେଳେ ବାଣୀ ବିହାରରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ଆଉ ଏହି ପରିବେଶକୁ ଅଧିକ ରଙ୍ଗୀନ କରିଛି ଅରୁଣଙ୍କ ବ୍ୟକ୍ତିଗତ ଯୋଗଦାନ ।

୧୯୪୩ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ତାହାର ପ୍ଲାଟିନମ ଜୁବୁଲିକୁ ଧୂମ୍ଧାମରେ କରୁଥିବାବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଵେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ