ଦିଲ୍ଲୀ ଏମ୍ସର ପରୀକ୍ଷା: କରୋନା ଆକ୍ରାନ୍ତଙ୍କ ଠାରେ ପ୍ରଭାବୀ ହେଉନି ପ୍ଲାଜ୍‌ମା ଥେରାପି !

ନୂଆଦିଲ୍ଲୀ ୦୭/୦୮: ବିଭିନ୍ନ ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯାଉଛି । ସେଥିରେ ସଫଳତା ମିଳିଥିବାର ଦାବି ମଧ୍ୟ ହେଉଛି । କିନ୍ତୁ ଏଭଳି ସମୟରେ ଦିଲ୍ଲୀ ଏମ୍‌ସ ପକ୍ଷରୁ କୁହାଯାଇଛି କି ଗୁରୁତର ରୋଗୀଙ୍କ ଠାରେ ପ୍ଲାଜ୍‌ମା ଥେରାପି ସେଭଳି ପ୍ରଭାବୀ ହେଉନାହିଁ । ଏମ୍‌ସ ପକ୍ଷରୁ କିଛି କରୋନାରୋଗୀଙ୍କୁ ନେଇ ଏକ ପରୀକ୍ଷା ମଧ୍ୟ କରାଯାଇଥିଲା । ସେଥିରୁ ଏକଥା ସାମ୍‌ନାକୁ ଆସିଛି । ତେବେ ପ୍ଲାଜମା ଥେରପିରେ ରୋଗୀଙ୍କର କୌଣସି ସମସ୍ୟା ହେଉନଥିବା ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ।

ଡକ୍ଟର ଗୁଲେରିଆଙ୍କ ସୂଚନା ଅନୁସାରେ ସେମାନେ ପ୍ଲାଜ୍‌ମା ଥେରାପିର ସଫଳତା ଉପରେ ଏକ ଅଧ୍ୟୟନ କରିଥିଲେ । ସେମାନେ ୧୫-୧୫ ଜଣ ରୋଗୀଙ୍କୁ ନେଇ ଦୁଇଟି ଭାଗରେ ବିଭକ୍ତ କରିଥିଲେ । ଉଭୟ ଗ୍ରୁପର ରୋଗୀଙ୍କୁ ଭିନ୍ନ ଭିନ୍ନ ତରିକାରେ ଚିକିତ୍ସା କରାଯାଇଥିଲା । ଗୋଟିଏ ଗ୍ରୁପର ରୋଗୀଙ୍କୁ ସାଧାରଣ ମାନକ ଏପରିକି ଔଷଧ ଦିଆଯାଇ ଚିକିତ୍ସା କରାଯାଇଥିଲା । ଅନ୍ୟ ଗ୍ରୁପ୍‌ର ରୋଗୀମାନଙ୍କୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ରକ୍ତରୁ ସଂଗୃହୀତ ପ୍ଲାଜମା ଦିଆଯାଇଥିଲା । କିନ୍ତୁ ଯେଉଁ ଗ୍ର୍ରୁପର ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଥିଲା ତାଙ୍କ ଠାରେ ସେଭଳି କୌଣସି ଖାସ୍‌ ପ୍ରଭାବ ଦେଖିବାକୁ ମିଳିନଥିଲା । ଉଭୟ ଗ୍ରୁପ୍‌ର ରୋଗୀଙ୍କ ମୃତ୍ୟୁକ୍ଷେତ୍ରରେ ମଧ୍ୟ କୌଣସି ଲାଭ ମିଳିନଥିଲା । ତେବେ ଏହା ପ୍ରାଥମିକ ପରୀକ୍ଷା ବୋଲି ଡକ୍ଟର ଗୁଲେରିଆ କହିଛନ୍ତି । ଏଥିସହ ଏହା ଉପରେ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଭଲ ଭାବେ ପରୀକ୍ଷା କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି । କିନ୍ତୁ ପ୍ଲାଜମା ଥେରାପି ଏକ ସୁରକ୍ଷିତ ଚିକିତ୍ସା ତରିକା । ଏଥିରେ ରୋଗୀଙ୍କର କୌଣସି କ୍ଷତି ଘଟି ନଥାଏ ବୋଲି ସେ କହିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ପ୍ଲାଜ୍‌ମା ଥେରାପି ଯୋଗୁ ରୋଗୀଙ୍କ ସ୍ୱାସ୍ଥ୍ୟରେ ସେଭଳି କୌଣସି ଖାସ୍‌ ଉନ୍ନତି ଘଟୁନାହିଁ ।

ଅନ୍ୟପକ୍ଷରେ ଏମ୍‌ସର ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ମନୀଷ ସୋନେଜାଙ୍କ କହିବାନୁଯାୟୀ ପ୍ଲାଜ୍‌ମା ଥେରାପି ସମ୍ପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ଏହା ରୋଗୀଙ୍କ ଶରୀରରେ କେତେ ମାତ୍ରରେ ପ୍ରଭାବ ପକାଉଛି ତାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରିନାହିଁ । ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ ଗୁରୁତର ରୋଗୀମାନଙ୍କୁ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯାଉଛି ବୋଲି ଗତ ବୁଧବାର ଅନୁଷ୍ଠିତ ତୃତୀୟ ନ୍ୟାସନାଲ କ୍ଲିନକାଲ ଗ୍ରାଣ୍ଡ ରାଉଣ୍ଡ (ସିଜିଆର୍‌) ୱେବିନାରରେ ଯୋଗଦେବା ଅବସରରେ ଡାକ୍ତର ସୋନେଜା ଏକଥା ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ ପ୍ଲାଜମା ଏକ ‘ମ୍ୟାଜିକ’ ଚିକିତ୍ସା ବ୍ୟବସ୍ଥା ନୁହେଁ ।

ସାମାନ୍ୟ କମ୍‌ ସଂକ୍ରମିତ ରୋଗୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ପାଇଁ ଏହାର ବ୍ୟବହାର କରାଯାଇପାରେ । କିଛି ରୋଗୀଙ୍କ ଶାରୀରିକ ପ୍ରକ୍ରିୟା ଓ ରୋଗ ସଂକ୍ରମଣ ଆଦିକୁ ବିଚାରକୁ ନେଲେ ହୁଏତ ପ୍ଲାଜ୍‌ମା ଥେରାପିରେ ସେମାନେ ଭଲ ହୋଇପାରନ୍ତି । କିନ୍ତୁ କେଉଁ ଭଳି ରୋଗୀଙ୍କ ଠାରେ ପ୍ଲାଜ୍‌ମା ଥେରାପି ଭଲ କାମ କରୁଛି ତାହା ବର୍ତ୍ତମାନ କହିବା ମୁସ୍କିଲ। କାରଣ ତା’ ଉପରେ ଏବେ ଗବେଷଣା ଜାରି ରହିଛି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା