କରୋନା-ପ୍ଲାଜାମା ଥେରାପିରେ ଯାଇପାରେ ଜୀବନ, ସାବଧାନ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ଏପ୍ରିଲ ୨୮- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ପ୍ଲାଜମାକୁ ଅସୁସ୍ଥ ଲୋକଙ୍କ ଶରୀରରେ ବ୍ୟବହାର କରିବା ଦ୍ୱାରା ସେମାନେ ସୁସ୍ଥ ହେଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ପ୍ଲାଜମା ଥେରାପି ଅନେକ ସମୟରେ ପ୍ରାଣଘାତୀ ହୋଇପାରେ ବୋଲି ଆଇସିଏମ୍‌ଆର୍‌ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ଲାଜମା ଥେରାପି କେତେ ସଫଳ ତାହା ଜାଣିବା ପାଇଁ ସାରା ଦେଶରେ ଆଇସିଏମ୍‌ଆର୍‌ ଏବେ ଗବେଷଣା କରିବା ଆରମ୍ଭ କରିଛି । ଏହାର ଫଳା ଫଳ ଆସିବା ପର୍ଯ୍ୟନ୍ତ ଦେଖିଚାହିଁ ଏହାକୁ ପ୍ରୟୋଗ କରିବା ପାଇଁ କୁହାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଏ ବିଷୟରେ ସୂଚନା ଦେଇଛନ୍ତି । ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ପାଇଁ କୌଣସି ନିଶ୍ଚିତ ଔଷଧ ବାହାରି ନାହିଁ । ଏବେ ବି ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଅନୁସରଣ କରାଯାଉଛି । ପ୍ଲାଜମା ଥେରାପି ବି ପରୀକ୍ଷଣ ସ୍ତରରେ ଅଛି । ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସମେତ କେତକ ରାଜ୍ୟରେ ପ୍ଲାଜମା ଥେରାପି ଏବେ ବ୍ୟବହାର କରାଯାଉଛି। ଏଥିପାଇଁ ଡ୍ରଗ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆର ଅନୁମତି ନେବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ଲାଜମା ଥେରାପି ପାଇଁ ପ୍ଲାଜମାରେ ଉପଲବ୍ଧ ଆଣ୍ଟିବଡିର ମାତ୍ରା ଓ ଏହାର ଗୁଣବତ୍ତା ଉପରେ ନିର୍ଭର କରେ । ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟିବଡି ନଥିଲେ ଓ ଏହାର ମାପଦଣ୍ଡ ଠିକ୍‌ ନଥିଲେ ଚିକିତ୍ସା ସମୟରେ ଅସୁବିଧା ହୋଇପାରେ । କୌଣସି ବ୍ୟକ୍ତିଙ୍କ ପ୍ଲାଜମା ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିକ୍ରିୟା କରିପାରେ । ଏହା ଫୁସ୍‌ଫୁସ୍‌କୁ ମଧ୍ୟ ନଷ୍ଟ କରିପାରେ ।

ଆଇସିଏମ୍‌ଆର୍‌ ଗାଇଡ୍‌ ଲାଇନ୍ସ ଅଲଗା ପ୍ଲାଜମା ଥେରାପି ବ୍ୟବହାର କଲେ ଏହାକ ବେଆଇନ୍ ବୋଲି ଧରାଯିବ ବୋଲ ଲବ୍‌ ଅଗ୍ରଓ୍ୱାଲ କହିଛନ୍ତି । କରୋନା ସଂକ୍ରମଣର ଭଲ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା କାଢି ସଂକ୍ରମିତ ରୋଗୀଙ୍କ ଶରୀରରେ ଦେଲେ ସେମାନଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କୁହାଯାଉଥିଲା । ତେବେ ଏଥିରେ ଅନେକ ପ୍ରତିବନ୍ଧକ ଅଛି ବୋଲି ଏବେ ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

କରୋନା ଭାଇରସ୍ : ଏହି ସବୁ ଜିନିଷରେ କରୋନା ସଂକ୍ରମଣ ମାତ୍ରା ଅଧିକ – ଅଧ୍ୟୟନରୁ ସ୍ପଷ୍ଟ