PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ରାଜଧାନୀ ଛାତି ଉପରେ ପଲିଥିନ୍‌ ଷ୍ଟକ୍‌ ୟାର୍ଡ : ୫୦ ଲକ୍ଷର ଚୋରା ପଲିଥିନ୍‌ ଜବତ

ଭୁବନେଶ୍ୱର,୧୨ ।୧୨(ବ୍ୟୁରୋ): ଓଡ଼ିଶାକୁ ପ୍ଲାଷ୍ଟିକ ଫାଶରୁ ମୁକୁଳାଇବାକୁ ଏପଟେ ରାଜ୍ୟ ସରକାର ଅଣ୍ଟା ଭିଡି଼ଛନ୍ତି । ହେଲେ ଖୋଦ୍‌ ସରକାରଙ୍କ ନାକ ତଳେ ଅର୍ଥାତ ରାଜଧାନୀ ହାର୍ଟରେ ବେଧଡ଼କ ଚାଲିଛି ନିଷିଦ୍ଧ ପଲିଥିନ୍‌ ବେପାର । ସହିଦ୍‌ନଗର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଭଡ଼ା ଘରେ ଚାଲିଥିବା ଏକ ପଲିଥିନ୍‌ ଷ୍ଟକ୍‌ ୟାର୍ଡ ଉପରେ ଆଜି ପଞ୍ଝା ପକାଇଛି ବିଏମ୍‌ସିର ସେଣ୍ଟ୍ରାଲ୍‌ ସ୍କ୍ୱାଡ୍‌ । ଜବତ କରିଛି ୭ଟି ଟ୍ରକ ଭର୍ତ୍ତି ବସ୍ତା ବସ୍ତା ବେଆଇନ୍‌ ପଲିଥିନ୍‌ । ଯାହାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସ୍କ୍ୱାଡ୍‌ ଏନେଇ ଗୋଦାମ ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌ କଷିଛି । ଘର ମାଲିକଙ୍କ ହାତରେ ନୋଟିସ୍‌ ଧରାଇଛି ।
 

ମିଳିଥିବା ସୂଚନା ମୁତାବକ, ସହିଦନଗର ବିଏମ୍‌ସି ଭବାନୀ ମଲ୍‌ ନିକଟରେ ଥିବା ପ୍ଲଟ୍‌ ନମ୍ବର ୬୩୮ରେ ଥିବା ବିଲ୍ଡିଂର ତଳ ମହଲାରେ ଦୀର୍ଘଦିନ ଧରି ବେଆଇନ୍‌ ପଲିଥିନ୍‌ ଷ୍ଟକ୍‌ ୟାର୍ଡ ଚାଲିଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ନେଇଥିଲା ସେଣ୍ଟ୍ରାଲ ସ୍କ୍ୱାଡ୍‌ । ଆଜି ପୂର୍ବାହ୍ନ ବେଳା ସହିଦ୍‌ନଗର ପୁଲିସର ଏକ ଟିମ୍‌ ସହ ସ୍କ୍ୱାଡ୍‌ ଉକ୍ତ ଗୋଦାମ ଆଡ଼େ ମୁହାଁଇଥିଲା । ବିଲ୍ଡିଂର ତଳ ମହଲାରେ ଯାଞ୍ଚ ବେଳେ ୫୦ କି ୧୦୦ କେଜି ନୁହେଁ, ୭ଟି ଟ୍ରକ ଭର୍ତ୍ତି ହୋଇଗଲା ଭଳି ବସ୍ତା ବସ୍ତା ପ୍ଲାଷ୍ଟିକ୍‌ ବ୍ୟାଗ୍‌, ପ୍ଲେଟ୍‌, ଗ୍ଲାସ୍‌, ଚାମଚ ଗୋଦାମରୁ ବାହାରିଥିଲା । ଏତେ ସଂଖ୍ୟାରେ ପ୍ଲାଷ୍ଟିକ୍‌ ସାମଗ୍ରୀ ଦେଖି ସ୍କ୍ୱାଡ୍‌ର ଅଧିକାରୀଙ୍କ ଆଖି ତରାଟି ହୋଇଯାଇଥିଲା । ସମସ୍ତ ପ୍ଲାଷ୍ଟିକ୍‌ ଯୁକ୍ତ ସାମଗ୍ରୀକୁ ସ୍କ୍ୱାଡ୍‌ର ଅଧିକାରୀମାନେ ମେସିନ୍‌ ଯୋଗେ ଯାଞ୍ଚ କରିଥିଲେ । ସମସ୍ତ ସାମଗ୍ରୀରେ ପ୍ଲାଷ୍ଟିକର ମାତ୍ରା ୫୦ ମାଇକ୍ରୋନ୍‌ରୁ କମ୍‌ ଥିବା ସହ ଏଗୁଡି଼କ ସିଙ୍ଗଲ୍‌ ୟୁଜଡ୍‌ ପଲିଥିନ୍‌ ବୋଲି ଜଣାପଡିଥିଲା । ଏନେଇ ତୁରନ୍ତ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡକୁ ଖବର ଦିଆଯାଇଥିଲା । କଣ୍ଟ୍ରୋଲ ବୋର୍ଡର ଏକ ଟିମ୍‌ ମଧ୍ୟ ତତ୍‌କ୍ଷଣାତ ସେଠାରେ ପହଞ୍ଚି ଚଢ଼ଉ ଅଭିଯାନରେ ସାମିଲ ହୋଇଥିଲା ।
 

ଏନେଇ ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ କହିଛନ୍ତି, ଗୋଦାମଟିରୁ ନିଷିଦ୍ଧ ପ୍ଲାଷ୍ଟିକ ସାମଗ୍ରୀ ଭୁବନେଶ୍ୱରର ବିଭିନ୍ନ ହାଟ ଓ ମାର୍କେଟରେ ଥିବା ଛୋଟବଡ଼ ପଲିଥିନ୍‌ ଦୋକାନକୁ ଯୋଗାଉଥିଲା । ଗୋଦାମ ମାଲିକ ଆଲୋକ କୁମାର ବିଶ୍ୱାଳଙ୍କଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ପାଖାପଖି ୭ଟି ଛୋଟ ବଡ଼ ଟ୍ରକରେ ଭର୍ତ୍ତି ପ୍ଲାଷ୍ଟିକ୍‌ଯୁକ୍ତ ସାମଗ୍ରୀ ଜବତ କରାଯାଇଛି । ଏଥିରେ ୭୪ କାର୍ଟୁନ୍‌ ପଲିଥିନ୍‌, ୧୦୩ କାର୍ଟୁନ୍‌ ପ୍ଲାଷ୍ଟିକ୍‌ ଚାମଚ, ୨ କାର୍ଟୁନ୍‌ କଣ୍ଟେନର, ୫୩ କାର୍ଟୁନ୍‌ ଗ୍ଲାସ୍‌, ୫ କାର୍ଟୁନ୍‌ ଥର୍ମକୁଲ୍‌, ୨ କାର୍ଟୁନ୍‌ ପ୍ଲାଷ୍ଟିକ୍‌ ଷ୍ଟ୍ର ଅଛି । ଏକ ଆବାସିକ ଅଞ୍ଚଳରେ ବ୍ୟବସାୟିକ କାରବାର ଚାଲୁଥିବାରୁ ଘର ମାଲିକଙ୍କୁ ମଧ୍ୟ ନୋଟିସ୍‌ ଦିଆଯାଇଛି । ଆଗକୁ ଘରମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
  

ଏସବୁ ସାମଗ୍ରୀ କଟକ ଜଗତପୁରର ଜଣେ ବ୍ୟବସାୟୀଙ୍କଠାରୁ ଆସିଥିବା ନେଇ ସୁରାକ ମିଳିଛି । ଗୋଦାମ ମାଲିକଙ୍କଠାରୁ ଏ ବାବଦରେ ରସିଦ୍‌ ଜବତ କରାଯାଇଛି । ପୂର୍ବରୁ ଗୁଜୁରାଟ ଓ କୋଲକାତାରୁ ମାଲ୍‌ ମାଗାଉଥିବା ଗୋଦାମ ମାଲିକ ଆଲୋକ ନିଜେ ମାନିଛନ୍ତି । ତେବେ ପ୍ଲାଷ୍ଟିକ୍‌ ଯୁକ୍ତ ସାମଗ୍ରୀ ରାଜ୍ୟରେ ବ୍ୟାନ୍‌ ହୋଇଥିବା ସତ୍ତେ୍ୱ ଏତେସଂଖ୍ୟକ ମାଲ୍‌ କେଉଁଠୁ ଆସୁଛି । ରାଜ୍ୟ ବାହାରୁ କିପରି ରାଜଧାନୀକୁ ସପ୍ଲାଏ କରାଯାଉଛି, ଏନେଇ ଆଗକୁ ଖୋଳତାଡ଼ କରାଯିବ ।

ପଲିଥିନ୍‌ ଅସଲି, ବିଲ୍‌ ନକଲି
ପ୍ଲାଷ୍ଟିକ୍‌ ନିଷିଦ୍ଧ ହେବା ପୂର୍ବରୁ ଆଲୋକ ରିତିମତ ପ୍ଲାଷ୍ଟିକ୍‌ ଯୁକ୍ତ ସାମଗ୍ରୀ ମଗାଉଥିଲେ । ବିକାକିଣା ବାବଦକୁ ବନାଉଥିବା ରସିଦ୍‌ରେ ପଲିଥିନ୍‌ର ବ୍ୟାଗ୍‌, ପ୍ଲାଷ୍ଟିକ ଗ୍ଲାସ କପ୍‌ ବୋଲି ଉଲ୍ଲେଖ କରାଯାଉଥିଲା । ଗତବର୍ଷଠୁ ପ୍ଲାଷ୍ଟିକ୍‌ ନିଷିଦ୍ଧ ହେବା ପରେ ଟିକେ ଚାଲାକ୍‌ ହୋଇଯାଇଥିଲେ ଆଲୋକ । ଏଥିପାଇଁ ନକଲି ବିଲ୍‌ ବନାଇ ଏଥିରେ ପେପରଯୁକ୍ତ ସାମଗ୍ରୀର ତାଲିକା ପକାଉଥିଲେ । କିନ୍ତୁ ଏହି ନକଲି ବିଲ୍‌ ଦେଖାଇ ପଲିଥିନ୍‌ଯୁକ୍ତ ସାମଗ୍ରୀ ଆଣୁଥିଲେ ।

ବୋହିବାକୁ ନାକେଦମ୍‌ ହେଲେ
ଉକ୍ତ ବିଲ୍ଡିଂର ତଳ ମହଲାରେ ଥିବା ପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକ ଖୁନ୍ଦି ହୋଇଥିଲା । ଛାତ ଉପରେ ବି ବସ୍ତା ବସ୍ତା ପଲିଥିନ୍‌, ପ୍ଲାଷ୍ଟିକ୍‌ ଖାଇବା ପ୍ଲେଟ୍‌, ଗ୍ଲାସ ଗଦା ହୋଇଥିଲା । ଚେକିଂ ପରେ ଏଗୁଡି଼କ ସିଲ୍‌ କରାଯାଇଥିଲା । ଏହାକୁ ବୋହିବା ସ୍କ୍ୱାଡ୍‌ ପାଇଁ ଚିନ୍ତାର କାରଣ ପାଲଟିଥିଲା । ସଙ୍ଗେ ସଙ୍ଗେ ବିଏମ୍‌ସି ଅଫିସରୁ ୭-୮ଟି ଅଳିଆ ବୁହାଯାଉଥିବା ଟ୍ରକ ମଗାଯାଇଥିଲା । ବିଏମ୍‌ସି କର୍ମଚାରୀମାନେ ଗୋଦାମ ଘରୁ, ଛାତ ଉପରୁ ବୋହି ୭ଟି ଟ୍ରକରେ ଲୋଡ୍‌ କରାଇବାରେ ନାକେଦମ୍‌ ହୋଇଥିଲେ ।

ରାତିଅଧିଆ ଜଗତପୁରରୁ ଆସିଥିଲା
ସ୍କ୍ୱାଡ୍‌ ପକ୍ଷରୁ ସୂଚନା ମିଳିଛି, ଜଗତପୁରରେ ଥିବା ସଂସ୍ଥା ‘ବୈଷ୍ମୋ ପ୍ଲାଷ୍ଟ’ ନାମକ ସଂସ୍ଥାରୁ ଆଲୋକ କିଛି ପେପରଯୁକ୍ତ ସାମଗ୍ରୀ ମଗାଇଥିଲେ । ଯାହାର ଏକ ବିଲ୍‌ ସ୍କ୍ୱାଡ୍‌ର ହସ୍ତଗତ ହୋଇଛି । ଗତକାଲି ରାତିରେ ଏକ ପ୍ଲାଷ୍ଟିକ୍‌ ମାଲ୍‌ ବୋଝେଇ ଟ୍ରକ ଗୋଦାମକୁ ଯାଇଥିବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏକ ବିଶେଷସୂତ୍ରରୁ ଆଜି ସକାଳେ ଖବର ମିଳିଥିଲା । ସେ ତତ୍‌କ୍ଷଣାତ୍‌ ଉକ୍ତ ଗୋଦାମରେ ଚଢ଼ଉର ପ୍ଲାନିଂ କରିଥିଲେ ।

୧,୪ ନମ୍ବର ହାଟରେ ହୋଲସେଲର
ରାଜଧାନୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ସେଣ୍ଟ୍ରାଲ୍‌ ସ୍କ୍ୱାଡ୍‌ ରିତିମତ ସହର ସାରା ପଇଁତରା ମାରୁଥିବା ବିଏମ୍‌ସି କହୁଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଯାଞ୍ଚ ସତ୍ତେ୍ୱ ବି ସହରର ଅଧିକାଂଶ ଖୁଚୁରା ଦୋକାନରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବିକାଯାଉଛି । ଏସବୁର ପେଣ୍ଠସ୍ଥଳୀ ପାଲଟିଛି ୧ ନମ୍ବର ହାଟ ଓ ୪ ନମ୍ବର ହାଟ ସହ ଅନ୍ୟ କିଛି ବଡ଼ ମାର୍କେଟ । ଏଠି କିଛି ଦୋକାନୀ ହୋଲ୍‌ସେଲ୍‌ ରେଟ୍‌ରେ ଖୁଚୁରା ଦୋକାନୀଙ୍କୁ ଖୁଲମ୍‌ଖୁଲା ପଲିଥିନ୍‌ ବିକୁଛନ୍ତି । ହେଲେ ଏହା ବନ୍ଦ ହେଉନି କି ସ୍କ୍ୱାଡ୍‌ ହାଟରେ ପଶିବାକୁ ସାହାସ କରୁନାହାନ୍ତି ।