ଆଦିତ୍ୟ ନାରାୟଣ ନେହାଙ୍କ ସହ ନିଜର ବିବାହକୁ ନେଇ କଲେ ବଡ଼ ଖୁଲାସା ! ଲୋକେ ଏଥିପାଇଁ ଅନ୍ଦାଜ ଲଗେଇ ନେଇଥିଲେ …

ନୂଆଦିଲ୍ଲୀ ୨୧/୪ : ଦେଶରେ ଲକ୍ ଡାଉନ ସମୟରେ ଇଣ୍ଡିଆ ଡଟ କମ୍ ଟିମ୍ ବଲିଉଡର ଗାୟକ ତଥା ଆଙ୍କର୍ ଆଦିତ୍ୟ ନାରାୟଣଙ୍କ ସହ କଥା ହୋଇଥିଲେ। କେମିତି ସେ ସମୟ ବିତାଉଛନ୍ତି ବୁଝିଥିଲେ । ଆଦିତ୍ୟ ବି ମନ ଖୋଲି ହୃଦୟରର କଥା ପ୍ରକାଶ କରିଥିଲେ।

ଆଦିତ୍ୟ କହିଥିଲେ , ସେ ଏହି ସମୟରେ ଏମିତି ବନ୍ଦୀ ଭଳି ରହିବାକୁ ତାଙ୍କୁ ଭଲ ଲାଗୁନି । କିନ୍ତୁ ନିୟମ ମାନିବା ଆବଶ୍ୟକ। ଯେଉଁଭଳି ଭାବରେ କରୋନା କୌଣସି ଧର୍ମ କିମ୍ବା ଜାତି ଦେଖେ ନାହିଁ । ସମସ୍ତଙ୍କୁ ଆକ୍ରମଣ କରେ । ଆମେ ସେଭଳି ନିଜ ଭିତରେ ଭେଦଭାବ ଦେଖିବା ମଧ୍ୟ ଉଚିତ୍ ନୁହେଁ । ଆମକୁ ଏହି ଯୁଦ୍ଧକୁ ଏକାଠି ଲଢ଼ିବାକୁ ପଡିବ ।

Zee TV ରେ ସୋ ‘ସା ରେ ଗା ମା ପା’ କୁ ଆଦିତ୍ୟ ପାଖାପାଖି ୧୧ ବର୍ଷ ଧରି ହୋଷ୍ଟ କରିଥିଲେ।

ବଲିଉଡର ପ୍ରସିଦ୍ଧ ଗାୟକ ନେହା ଓ ତାଙ୍କ ବିବାହର ଗୁଜବ ବିଷୟରେ ଆଦିତ୍ୟ କହିଛନ୍ତି ଯେ ସେ ବହୁତ ଭଲ। ଭଲ ଗୀତ ଗାଆନ୍ତି । ଲୋକମାନେ ତାଙ୍କୁ ପସନ୍ଦ କରନ୍ତି । ଆମେ ଦୁହେଁ ୟଙ୍ଗ । ଆଉ ଦେଖିବାକୁ ମଧ୍ୟ ଭଲ । ଆମର ବିବାହ ବୟସ ମଧ୍ୟ ହୋଇଛି । ସେଥିପାଇଁ ଲୋକମାନେ ସେତେବେଳେ ଭାବିଥିଲେ ଯେ ଆମେ ପ୍ରକୃତରେ ବିବାହ କରିବାକୁ ଯାଉଛୁ । ଆଉ ତା’ପରେ ଆମର ପିତାମାତା ଯେତେବେଳେ ଶୋ’କୁ ଆସିଲେ, ସେମାନେ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ସତ ମାନିନେଲେ ।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ଟ୍ରୋଲିଂ ପରେ ସଫେଇ ଦେଲେ ନେହା ! କହିଲେ- ‘ସବ୍ୟସାଚୀ ଓ୍ବେଡିଂ ଆଉଟଫିଟ୍ ଉପହାର ଦେଇଥିଲେ’

‘ବାଗୀ-୪’ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଜିଦ୍, ୨୦୨୨ରେ ଆରମ୍ଭ ହୋଇପାରେ ସୁଟିଂ‌

ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ