କମୁନି ମହାରଥୀଙ୍କ ଅଡୁଆ, ୨୭କୁ ଘୁଞ୍ଚିଲା ଜାମିନ୍ ଆବେଦନର ଶୁଣାଣି

ଭୁବନେଶ୍ୱର ୨୪/୪: ମହାରଥୀଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ଜାମିନ ଆବେଦନର ଶୁଣାଣି ୨୭କୁ ଘୁଞ୍ଚିଛି । ତଦନ୍ତକାରୀ ଅଧିକାରୀ ସମୟ ମାଗିବାରୁ ଏହି ତାରିଖ ଘୁଞ୍ଚାଯାଇଛି । ମତଦାନରେ ବ୍ୟସ୍ତ ଥିବାରୁ କେସ୍ ଡାଏରୀ ପ୍ରସ୍ତୁତ ହୋଇପାରିନଥିଲା । କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସିନଥିବାରୁ ତାରିଖ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ଏଥିପାଇଁ ସମୟ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ।

ଫ୍ଲାଇସ୍କ୍ୱାଡ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ମାମଲାରେ ପ୍ରଦୀପଙ୍କୁ ଗତ ସୋମବାର ଗିରଫ କରିଥିଲା ପୋଲିସ । ପିପିଲି ଜେଏମ୍ଏଫସି କୋର୍ଟରେ ହାଜର କରିବା ସମୟରେ ଅସୁସ୍ଥ ହୋଇପଡିଥିଲେ ମହାରଥୀ । ପରେ ତାଙ୍କୁ ଚିକିତ୍ସା କରାଯାଇ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କ ଆବେଦନ ଖାରଜ କରାଯାଇ ଝାରପଡା ଜେଲ୍ ପଠାଯାଇଥିଲା । ଆଜି(ବୁଧବାର) ତାଙ୍କର ଆବେଦନର ଶୁଣାଣି ହେବାର ଥିଲା । ତେବେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ତାଙ୍କ ତାଙ୍କ ଆବେଦନର ଶୁଣାଣି ୩ ଦିନ ଘୁଞ୍ଚିଛି ।

ଆସନ୍ତା ୨୭ରେ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । କହିରଖୁଛୁ ବିଚାର ବିଭାଗୀୟ ହାଜତରେ ଥିବା ମହାରଥୀ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବାରୁ ଗତକାଲି ଭୋଟ୍ ଦେଇପାରିନଥିଲେ । ୨୧ ତାରିଖ ରାତିରେ ପିପିଲିର ହୁଙ୍କେଇପୁରରେ ଥିବା ମହାରଥୀଙ୍କ ଫାର୍ମହାଉସ୍‌କୁ ୨ଟି ଫ୍ଲାଇଙ୍ଗ୍‌ ସ୍କାଡ୍‌ ଟିମ୍‌ ଯାଞ୍ଚ ପାଇଁ ଯାଇଥିଲା । ସେଠାରେ ମହାରଥୀଙ୍କ ସମର୍ଥକମାନେ ଫ୍ଲାଇଙ୍ଗ୍‌ ସ୍କାଡ୍‌ ଟିମ୍‌କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମହାରଥୀଙ୍କୁ ପୋଲିସ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…