ଗାଙ୍ଗୁଲୀଙ୍କୁ ଯୁବରାଜ କଲେ ଟ୍ରୋଲ, କହିଲେ- ଦାଦା ଲୋଗୋ ହଟାଅ,ଏବେ ତ ପ୍ରଫେସନାଲ ହୁଅ…

ନୂଆଦିଲ୍ଲୀ,୧୪।୨:    ଭାରତୀୟ କ୍ରିକେଟ ଟିମର ପୂର୍ବତନ  ଅଲରାଉଣ୍ଡର ଯୁବରାଜ ସିଂ ନିଜ ଖେଳ କ୍ୟାରିୟରରୁ ଅବସର ପରେ  ସୋସିଆଲ ମିଡିଆରେ ଏବେ ଖୁବ୍ ସକ୍ରିୟ। ସବୁବେଳେ କିଛି ନା କିଛି ଏଭଳି  ଖୋଲାଖୋଲି ମନ୍ତବ୍ୟ ଦେଇଥାନ୍ତି ଯାହାକି ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥାଏ। ଏବେ ପୁଣିଥରେ ସେ ସୋସିଆଲ ମିଡିଆରେ ଏଭଳି କିଛି  ଲେଖିଛନ୍ତି, ଯାହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରବ ଗାଙ୍ଗୁଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଯୁବରାଜ ନିଜର ପୋଷ୍ଟରେ ସୌରଭ ଗାଙ୍ଗୁଲିଙ୍କୁ ଯୋରଦାର ଢଙ୍ଗରେ କରିଛନ୍ତି ଟ୍ରୋଲ।

ବିସିସିଆଇ ଅଧ୍ୟକ୍ଷ ଓ ଟିମ୍ ଇଣ୍ଡିଆର ସବୁଠାରୁ ପସନ୍ଦଯୋଗ୍ୟ କ୍ୟାପଟେନ୍ ଥିବା ସୌରଭ ଗାଙ୍ଗୁଲି ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ରାହୁଲ  ଦ୍ରାଭିଡଙ୍କ ସହିତ ପିଚ୍ ଉପରେ ଅଛନ୍ତି। ଗାଙ୍ଗୁଲି ଏହାର କ୍ୟାପଶନ୍ ଲେଖିଛନ୍ତି, ସୁନ୍ଦର ସ୍ମୃତି’। ଯୁବରାଜ ସିଂ ଏବେ ଗାଙ୍ଗୁଲିଙ୍କର ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେବାରେ ବିଳମ୍ବ କରିନଥିଲେ। ଗାଙ୍ଗୁଲିଙ୍କର ଏହି ପୋଷ୍ଟ ତଳେ ଯୁବରାଜ ଲେଖିଛନ୍ତି, ଦାଦା ଲୋଗୋ ତ ହଟାଇ ଦିଅ, ଆପଣ ଏବେ ବିସିସିଆଇ ଅଧ୍ୟକ୍ଷ ହୋଇଯାଇଛନ୍ତି। ପ୍ଲିଜ ପ୍ରଫେସନାଲ ହୋଇଯାଅ।’   

ଉଲ୍ଲେଖନୀୟ ଯେ, ଯୁବରାଜ  ନିଜର କ୍ରିକେଟ କ୍ୟାରିୟର ସୌରଭ ଗାଙ୍ଗୁଲିଙ୍କ  ଅଧିନାୟକତ୍ବରୁ ଆରମ୍ଭ କରିଥିଲେ। ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ଏବଂ ଅଲରାଉଣ୍ଡର ଯୁବରାଜ ଗତ ବର୍ଷ ଆଇସିସି ଓ୍ବାର୍ଲ୍ଡକପ୍ ୨୦୧୯ ସମୟରେ ଅନ୍ତର୍ଜାତୀୟ କ୍ରିକେଟକୁ ସେ ଅଲବିଦା କରିଦେଇଥିଲେ। ଗାଙ୍ଗୁଲିଙ୍କୁ ଯୁବରାଜ ଏଭଳି ଟ୍ରୋଲ କରିବା ନେଇ ବିସିସିଆଇ ଅଧ୍ୟକ୍ଷଙ୍କ ସହିତ ଏବେ ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।   

 

   ସମ୍ବନ୍ଧିତ ଖବର


ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

ବଲିଉଡର ପ୍ରଖ୍ୟାତ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ କରୋନା ପଜିଟିଭ, ହସ୍ପିଟାଲରେ ହେଲେ ଭର୍ତ୍ତି

ହନୁମାନଙ୍କ ଭଳି ‘ସଞ୍ଜିବନୀ’ ଦେବା ପାଇଁ ଭାରତକୁ ଧନ୍ୟବାଦ, ଟ୍ରମ୍ପଙ୍କ ପରେ ଏବେ ମୋଦିଙ୍କୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ପ୍ରଶଂସା

୧୪ ଏପ୍ରିଲରେ ଲକଡାଉନ୍ ଉଠିନପାରେ, ଶନିବାର ହେବ ବଡ ଘୋଷଣା