ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ଭୁବନେଶ୍ୱର,୦୧/୧୦ : ବୁଧବାର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ୩୦ରେ ସରିଛି । ଆସନ୍ତାକାଲି(ଗୁରୁବାର)ହାୟର୍‌ ସେକେଣ୍ଡାରୀ ସ୍କୁଲଗୁଡିକ ଦ୍ୱାରା ଡାଟା ଅପଡେଟ୍‌ ହେବା ସହିତ ତ୍ରୁଟି ସଂଶୋଧନ ବାବଦରେ ରିପୋଟିଂ କରାଯିବ । ସେହିପରି ଅକ୍ଟୋବର ୨ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରଥମ ଚୟନରେ ନାମଲେଖିଥିବା ଛାତ୍ରଛାତ୍ରୀମାନେ ସ୍ଲାଇଡ୍‌ ଅପ୍‌ ଅନୁରୋଧ କରିପାରିବେ ।

୫ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୬ରୁ ୮ତାରିଖ ମଧ୍ୟରେ ନାମ ଲେଖିପାରିବେ । ଅକ୍ଟୋବର ୧୩ ତାରିଖରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୧୩ରୁ ୧୫ ମଧ୍ୟରେ ଆବେଦନ କରିପାରିବେ । ୧୫ ତାରିଖ ଅପରାହ୍‌ଣ ୫ଟା ବେଳେ ସ୍ପଟ୍‌ ନାମଲେଖାର ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ ।


ଚଳିତବର୍ଷ ୨୦୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ଯୁକ୍ତ ଦୁଇ ନାମଲେଖା ଅନୁଷ୍ଠିତ ହେଉଥିବା ବେଳେ ମୋଟ୍‌ ୪ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଆଇଟିଆଇ ଭଳି ଯୁକ୍ତ ଦୁଇରେ ମଧ୍ୟ ୪୦ ହଜାରରୁ ଅଧିକ ସିଟ୍‌ ଖାଲିପଡ଼ିବ ବୋଲି ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଜାହାଜରୁ ଖସି ଭାସି ଯାଉଥିଲେ ୩ ବାଂଲାଦେଶୀ ନାବିକ, ଉଦ୍ଧାର କଲେ ପାଟ୍ରୋଲିଂ କ୍ରାଫ୍ଟ ଓ ଟଗ୍‌ ବୋଟ୍‌ର ଟିମ୍

ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର