PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଚତୁର୍ଥ ସେମିଷ୍ଟର୍‌ ପ୍ରୋଭିଜନାଲ୍‌ ଫଳ ପ୍ରକାଶ: ଫଳକୁ ନେଇ ଅସନ୍ତୋଷ ଛାତ୍ର, ଦେଇପାରିବେ ସ୍ୱତନ୍ତ୍ର ପରୀକ୍ଷା

ଭୁବନେଶ୍ୱର,୩୦/୦୫: ଚଳିତ ମାସ ୧୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟର୍‌ ପ୍ରୋଭିଜନାଲ୍‌ ଫଳ ପ୍ରକାଶ ପାଇଛି । ୨୦୧୮ ମସିହାରେ ଚଏସ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ୍‌ (ସିବିସିଏସ୍‌)ରେ ନାମ ଲେଖିଥିବା ଏହି ଛାତ୍ରଛାତ୍ରୀଙ୍କର ଚଳିତବର୍ଷ କରୋନା ଯୋଗୁଁ ପରୀକ୍ଷା ହୋଇପାରିନଥିଲା । ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ ଦ୍ୱାରା ସ୍ଥିର ହୋଇଥିବା ନିୟମ ଅନୁସାରେ ହାରାହାରି ମାର୍କ ଦିଆଯାଇଛି । ଯାହା ସଫ୍ଟୱେର୍‌ ମାଧ୍ୟମରେ କରାଯାଇଛି । ତେବେ କିଛି ଛାତ୍ରଛାତ୍ରୀ ପରୀକ୍ଷାରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ଏହି ଛାତ୍ରଛାତ୍ରୀମାନେ କଲେଜରେ ସ୍ୱତନ୍ତ୍ର ପରୀକ୍ଷା ଦେଇ ମାର୍କ ବଢ଼ାଇବା ପାଇଁ ଆବେଦନ କରିପାରିବେ । ଏହାକୁ ବ୍ୟାକ୍‌ ପରୀକ୍ଷା ଭାବେ ବିବେଚନା କରାଯିବ ନାହିଁ । କରୋନା ପରିସ୍ଥିତି ସୁଧୁରିବା ପରେ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସ୍ୱତନ୍ତ୍ର ପରୀକ୍ଷା କରାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ ମାଝି ସୂଚନା ଦେଇଛନ୍ତି । ଏ ନେଇ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜ ଓ ସେଲ୍ଫ୍‌ ଫାଇନାନ୍ସ୍‌ କଲେଜର ଅଧ୍ୟକ୍ଷମାନଙ୍କୁ ଓ ଡିଡିସିଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।