ସମ୍ୱଲପୁର ବିଶ୍ୱବିଦ୍ୟାଳୟ: ଯୁକ୍ତ ତିନି ତୃତୀୟ ସେମିଷ୍ଟାର୍‌ କେମିଷ୍ଟ୍ରି ପ୍ରଶ୍ନପତ୍ର ଲିକ୍‌

ବୁର୍ଲା,୧୩ା୨(ଆପ୍ର): ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ଶ୍ରେଣୀ ତୃତୀୟ ସେମିଷ୍ଟାର ରସାୟନ ବିଜ୍ଞାନ ସମ୍ମାନର ଷଷ୍ଠ ପେପର୍‌ ପରୀକ୍ଷା ଆଜି ଥିବାବଳେ ଏହାର ପ୍ରଶ୍ନପତ୍ର ଲିକ୍‌ ହୋଇଛି । ସୋସିଆଲ ମିଡିଆରେ ଲିକ୍‌ ପ୍ରଶ୍ନପତ୍ର ଭାଇରାଲ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିକଳ୍ପ ପ୍ରଶ୍ନପତ୍ର ସେଟ୍‌ ତୁରନ୍ତ ପରୀକ୍ଷା କେନ୍ଦ୍ରମାନଙ୍କୁ ଇମେଲ୍‌ କରି ପରୀକ୍ଷା କରାଇଛନ୍ତି ।

ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ସୂର୍ଯ୍ୟ ନାରାୟଣ ନାୟକ କହିଛନ୍ତି, ପ୍ରଶ୍ନପତ୍ର ଲିକ ନେଇ ପୂର୍ବରୁ ସୂଚନା ମିଳିଥିବାରୁ ତୁରନ୍ତ ବିକଳ୍ପ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ଇମେଲ କରାଯାଇଥିଲା । ଆଉ ପରୀକ୍ଷା ସୁରୁଖୁରୁରେ ହୋଇଛି । ଯଦି ଶେଷ ମୁହୂର୍ତ୍ତରେ ପ୍ରଶ୍ନପତ୍ର ଲିକ କଥା ଜଣାପଡ଼ିଥାନ୍ତା ତା’ ହେଲେ ପରୀକ୍ଷା ବାତିଲ କରିବାକୁ ପଡ଼ିଥାନ୍ତା । ଏ ନେଇ ପୁଲିସ୍‌ରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି । ସେ ସୂଚନା ଦେଇଛନ୍ତି, ପ୍ରଶ୍ନପତ୍ର କେଉଁଠି ଲିକ୍‌ ହୋଇଛି ତାହାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଜଣ ଲେଖାଏଁ ଅଧିକାରୀଙ୍କୁ ନେଇ ୫ଟି ଟିମ ଗଠନ କରାଯାଇଛି । ଏହି ଟିମ୍‌ ରସାୟନ ବିଜ୍ଞାନ ସମ୍ମାନ ଶ୍ରେଣୀର ପରୀକ୍ଷା ହେଉଥିବା ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯାଇ ତଦନ୍ତ କରିବେ । ଯେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍‌ର ପ୍ରମାଣ ମିଳିବ ସେ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବା ସହ ଏହି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ଜୀବ ବିଜ୍ଞାନର ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଖବର ମିଳିଛି ହେଲେ ତାହା ସ୍ପଷ୍ଟ ହୋଇନଥିବା ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

୬ଶହ କୋଟିର ଠକ: ବର୍ଷେ ନିଖୋଜର ନାଟକ ପରେ କୋର୍ଟରେ ଆସି ଧରାଦେଲା

ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ

୨୫ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ: ୬୧୫ ଫୁଟ୍‌ ଡେଇଁଲା ଜଳସ୍ତର

ଘରୋଇ କଳି ନେଲା ଦମ୍ପତ୍ତିଙ୍କ ଜୀବନ : ସ୍ତ୍ରୀର ମୃତଦେହ ଦେଖିପାରିଲାନି ସ୍ୱାମୀ, ମାନସିକ ଭାରସାମ୍ୟ ହରାଇ ଖାଇଦେଲା କୀଟନାଶକ

ଭିମ୍‌ସାରରେ ପ୍ରଥମ : ମହିଳାଙ୍କ ଫୁସ୍‌ଫୁସ୍‌ରୁ ବାହାରିଲା ହାଇଡ୍ରେଟେଡ୍‌ ସିଷ୍ଟ୍‌, ଏହା କ’ଣ ଓ କେମିତି ହୁଏ ଜାଣନ୍ତୁ…