PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କରୋନାରେ ବାପା-ମାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା,ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା

ନୂଆଦିଲ୍ଲୀ,୨୯।୫:କରୋନାର ଦ୍ୱିତୀୟ ଲହରୀ କାରଣରୁ ଦେଶରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି l ବାପା -ମା ନିଜର ଜବାନ ପୁଅକୁ ହରାଉଛନ୍ତି ତ ଆଉ କୋଉଠି ପିଲାମାନେ ବାପା-ମା’ଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି lକରୋନାରେ ବାପା -ମାଙ୍କୁ ହରାଇଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ l

ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅନୁସାରେ ସେହି ପିଲାଙ୍କୁ ସହାୟତା ରାଶି ଦିଆଯିବ, ଯିଏ କରୋନା ମହାମାରୀ କାରଣରୁ ନିଜର ବାପା -ମାଙ୍କୁ ହରାଇଛନ୍ତିl ଏଭଳି ପିଲାଙ୍କୁ ୧୮ ବର୍ଷ ବୟସରେ ମାସିକ ସହାୟତା ରାଶି ଓ ୨୩ ବର୍ଷ ବୟସରେ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅନୁସାରେ ସେହି ପିଲାଙ୍କୁ ସହାୟତା ରାଶି ଦିଆଯିବl କେବଳ ସେତିକି ନୁହେଁ, ପିଲାଙ୍କୁ ମାଗଣା ଶିକ୍ଷା ମଧ୍ୟ ସୁନିଶ୍ଚିତ କରାଯିବ l ଶିକ୍ଷା ପାଇଁ ଲୋନ ଦିଆଯିବ l ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମଧ୍ୟ ଦିଆଯିବ। ଏଥିପାଇଁ ଯେଉଁ ପ୍ରିମିୟମ ଅଛି ତାହା PM କେୟାର ପକ୍ଷରୁ ପ୍ରଦାନ କରାଯିବ ଲା

ପିଏମ ମୋଦୀ କହିଛନ୍ତି ଯେ ପିଲାମାନେ ଦେଶର ଭବିଷ୍ୟତ। ତେଣୁ, ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସବୁକିଛି କରିବୁ |ପିଲାମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ l