PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନିର୍ବାଚନ ମଇଦାନକୁ ନଓହ୍ଲାଇ ଆଡଭାନୀଙ୍କ ଭଳି ନେତାଙ୍କୁ ଅପମାନ ଦେଇଛନ୍ତି ମୋଦି: କେଜ୍ରିୱାଲ୍

source:www.timesnownews.com

ନୁଆଦିଲ୍ଲୀ ୨୬/୩: ଆମ ଆଦମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଶୀ ଭଳି ବରିଷ୍ଟ ନେତାଙ୍କୁ ନିର୍ବାଚନ ପାଇଁ ଟିକେଟ ନଦେଇ ଅପମାନ ଦେଇଛନ୍ତି । ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବ୍ୟବହାର ହିନ୍ଦୁ ସଂସ୍କୃତି ବିରୁଦ୍ଧ । ସେ ଟ୍ୱିଟ୍ କରି କହିଛନ୍ତି ଯେ ମୋଦି ଯେଉଁଭଳି ବରିଷ୍ଠ ନେତା ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଅପମାନ ଦେଇଛନ୍ତି ଏହା ହିନ୍ଦୁ ସଂସ୍କୃତି ବିରୁଦ୍ଧ ।

ହିନ୍ଦୁ ଧର୍ମରେ ଆମକୁ ନିଜ ବୟସ୍କ ମାନଙ୍କୁ ସମ୍ମାନ କରିବା ଶିଖାଯାଇଥାଏ । ସେ ଟ୍ୱିଟରେ କହିଛନ୍ତି ଯେ ଯେଉଁ ଜ୍ଯୋଷ୍ଠ, ବରିଷ୍ଠମାନେ ଘର ତିଆରି କଲେ ସେମାନଙ୍କୁ ଘରୁ ବାହାର କରିଦିଆଗଲା । ଯିଏ ନିଜ ସିନିୟର ମାନଙ୍କର ହୋଇପାରିଲାନି ସେ ଦେଶର କଣ ହେବ ? କଣ ଏହା ଭାରତୀୟ ସଭ୍ୟତା ? ଯେଉଁମାନେ ନିଜ ଗୁରୁଜନମାନଙ୍କୁ ସମ୍ମାନ ଦେଇପାରୁନାହାନ୍ତି ସେମାନେ ଅନ୍ଯମାନଙ୍କୁ କଣ ସାହାଯ୍ୟ କରିବେ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ସମ୍ବନ୍ଧିତ ଖବର