ବୌଦ୍ଧରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଶୁଭାରମ୍ଭ: ୪୫ ଲକ୍ଷ ଚାଷୀଙ୍କ ତାଲିକା ଶୀଘ୍ର ଦିଅ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାର ଚାଷୀମାନେ ଲାଭ ପାଇବାକୁ ଯାଉଛନ୍ତି । କିନ୍ତୁ ଏବେସୁଦ୍ଧା ରାଜ୍ୟ ସରକାର ଦିଲ୍ଲୀକୁ ୯ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ସରକାରଙ୍କ ପାଖରେ ଯଦି ୫୦ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ କାହିଁକି ୯ଲକ୍ଷ ଚାଷୀଙ୍କ ତାଲିକା ପଠାଇଛ? ରାଜ୍ୟ ସରକାର ତୁରନ୍ତ ୪୫ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବୌଦ୍ଧରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ।
ବୌଦ୍ଧର କଣ୍ଟାମାଳଠାରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଶୁଭାରମ୍ଭ ହୋଇଛି । ଶ୍ରୀ ପ୍ରଧାନ ଏଥିରେ ଯୋଗଦେଇ କହିଥିଲେ, ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ସିଧାସଳଖ ଦେବାକୁ ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶ ଗୋରଖପୁରଠାରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏବେ ଦେଶର କୋଣ ଅନୁକୋଣରେ ଏହି ଯୋଜନାର ଲୋକାର୍ପଣ ହେବ ।
ତେବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ମାତ୍ର ୯ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ଗୋଟେ ପଟେ ରାଜ୍ୟ ସରକାର କହୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୫୦ଲକ୍ଷ ଲୋକଙ୍କୁ ଲାଭ ଦେବେ । ଭୂମିହୀନ ଚାଷୀଙ୍କୁ ବାଦ୍‌ ଦେଲେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ପ୍ରାୟ ୪୫ଲକ୍ଷ ହେବ । ହେଲେ ୪୫ଲକ୍ଷ ଚାଷୀଙ୍କ ତାଲିକା ନ ପଠାଇ ୯ଲକ୍ଷଙ୍କ ତାଲିକା କାହିଁକି ପଠାଯାଇଛି? ରାଜ୍ୟ ସରକାର ପ୍ରଥମ ୧୨ଲକ୍ଷ ଚାଷୀଙ୍କ ତାଲିକା ପଠାଇଲେ ନାହିଁ । ୯-୧୨ର ଏହି ହିସାବକୁ ନେଇ କାଳିଆ ଯୋଜନାର ହିତାଧିକାରୀ ତାଲିକା ନେଇ ସନ୍ଦେହ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ମୋଦି ଚଳିତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିଛନ୍ତି । ଆଗାକୁ ଏହି ସହାୟତା ଟଙ୍କା ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇ ସାରିଛନ୍ତି । କିନ୍ତୁ ଓଡ଼ିଶା ସରକାର କାଳିଆ ଯୋଜନା ପାଇଁ ଘୋଷଣା କରିଛନ୍ତି ସତ, ହେଲେ ଏଥିପାଇଁ ବଜେଟ୍‌ରେ ଅର୍ଥର ବ୍ୟବସ୍ଥା ହୋଇନି । ଏ ଘର ମାଉସୀ, ସେ ଘର ପିଉସୀ ନାଁରେ ଏପଟ ସେପଟ କରି ଟଙ୍କା ଯୋଗାଡ଼ ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି ।
ଗୋଟେ ପଟେ ରାଜ୍ୟ ସରକାର କହୁଛନ୍ତି କାଳିଆ ରଥ କେବେ ଅଟକିବନି । ହେଲେ ବଜେଟ୍‌ରେ ପଇସା ନାହିଁ । ପକେଟ୍‌ରେ ଧନ ନାହିଁ, ହେଲେ ଯାତ୍ରା ଦେଖିବାକୁ ମନ । ଯୋଜନାରେ ପ୍ରଥମେ ୧୨ଲକ୍ଷ ଚାଷୀଙ୍କ ନାଁ ରଖାଗଲା । କିନ୍ତୁ ଏ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ସମ୍ପର୍କୀୟ ଓ ସରକାରୀ କର୍ମଚାରୀଙ୍କ ନାଁ ଥିବା ଗଣମାଧ୍ୟମରେ ରିପୋର୍ଟ ବାହାରିଲା । କାଳିଆ ଯୋଜନା ନାମମାତ୍ର ଓ କ୍ଷୁଦ୍ରଚାଷୀ ନା ଥିଲାବାଲାଙ୍କ ପାଇଁ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଭୂମିହୀନ, ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୫୦ଲକ୍ଷ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି । କିନ୍ତୁ ୬୭ଲକ୍ଷ ଫର୍ମ କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଏକ ସାଙ୍କେତିକ ଯୋଜନା ନାଁରେ ଓଡ଼ିଶାର ଚାଷୀଙ୍କୁ ବଞ୍ଚିତ କରିବାକୁ ଚେଷ୍ଟା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଓଡି଼ଶାର ଚାଷୀଙ୍କ ଭିତରେ ବ୍ୟବଧାନ ତିଆରି ପାଇଁ ଅପପ୍ରୟାସ ନ ହେଉ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ବଦଳିଲେ ହିଁ ଓଡ଼ିଶାରେ ମୋଦି ସରକାର ଆସିବ । ଫିର୍‌ ଏକ ବାର୍‌ ମୋଦି ସରକାର ହେବ । ଏଥିପାଇଁ ପରିଶ୍ରମ କରିବାକୁ ପଡ଼ିବ । ଆଗାମୀ ନିର୍ବାଚନରେ ଡବଲ୍‌ ଇଞ୍ଜିନ ଲଗାଇବାକୁ ଧର୍ମେନ୍ଦ୍ର ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ଯୋଗୀଙ୍କୁ ମାୟାବତୀଙ୍କ କଡ଼ା ସମାଲୋଚନା, କହିଲେ- ୟୁପିକୁ ସମ୍ଭାଳି ପାରୁନ ଯଦି ମଠକୁ ଫେରିଯାଅ…