ଏମ୍ସରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ ୧୨।୫ : ଏମ୍ସରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମଙ୍ଗଳବାର ଦିନ ତାଙ୍କର ଚିକିତ୍ସା ଯାଞ୍ଚ କରାଯାଇଥିଲା। ଏହା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଛୁଟି ଦେବା ପାଇଁ ନିର୍ଣ୍ଣୟ କରିଥିଲେ।

ସୂଚନାଯୋଗ୍ୟ ଯେ, ନୂଆ ଔଷଧ ପାର୍ଶ୍ୱ ପ୍ରତିକ୍ରିୟ ଏବଂ ଜ୍ବର ଯୋଗୁଁ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ରବିବାର ରାତିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବି ତାଙ୍କ ଦେହରେ ଜ୍ୱର ରହୁଥିବା କାରଣରୁ ଯାଞ୍ଚ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବାଡାକ୍ତର କହିଛନ୍ତି। ତେବେ ଅସୁସ୍ଥ ଥିବା ଖବର ପାଇବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ  ଖୁବଶୀଘ୍ର ଆରୋଗ୍ୟ ହେବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now