ପାକିସ୍ତାନକୁ ମୋଦିଙ୍କ ଚେତାବନୀ: ୧୦ ଦିନରେ ମାଟିରେ ମିଶାଇ ପାରିବ ଭାରତୀୟ ସେନା

ନୁଆଦିଲ୍ଲୀ ୨୮/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି କି କିଛି ରାଜନୈତିକ ଦଳ ନାଗରିକତା ଆଇନକୁ ବିରୋଧ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କରୁଛନ୍ତି । ଦିଲ୍ଲୀର କରିୟପ୍ପା ଗ୍ରାଉଣ୍ଡରେ ଆୟୋଜିତ ଏନସିସିର ରାଲରେ ପିଏମ୍ ମୋଦି ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ଶରଣ ଦେବା ଆମ ପ୍ରାଥମିକତା ।

ଏହା ବ୍ୟତୀତ ପିଏମ୍ ମୋଦି ଏହା ମଧ୍ୟ କହିଛନ୍ତି କି ପଡୋଶୀକୁ ଭାରତୀୟ ସେନା ୧୦ ଦିନରେ ମାଟିରେ ମିଶାଇ ପାରିବ । ଆମେ ଭୋଟ୍ ବ୍ୟାଙ୍କ ପାଇଁ ଜମ୍ମୁ କଶ୍ମୀରରୁ ୩୭୦ ହଟାଇନୁ । ପୂର୍ବ ସରକାର ଜମ୍ମୁ କଶ୍ମୀର ପାଇଁ କିଛି କରିନଥିଲେ । ଆମେ ଆତଙ୍କବାଦ ପୂର୍ଣ୍ଣ କଶ୍ମୀର ଦେଶକୁ ଦେଇପାରିବୁନି । କଶ୍ମୀରକୁ ଆତଙ୍କ ନଷ୍ଟ କରିଦେଇଥିଲା । କଶ୍ମୀରର ଲକ୍ଷ ଲକ୍ଷ ଲୋକଙ୍କୁ ଦିନେ ଘର ଛାଡିବାକୁ ପଡିଥିଲା ।

ପିଏମ୍ କହିଛନ୍ତି, ‘ଆମ ସେନା ଯେତେବେଳେ ଆତଙ୍କୀଙ୍କ ଉପରେ ଆକ୍ସନ ନେବା ପାଇଁ କହୁଥିଲେ ତାଙ୍କ କଥାକୁ ଟାଳି ଦିଆଯାଉଥିଲା । କିନ୍ତୁ ଆଜି ଯୁବଗୋଷ୍ଠୀ ନିଜ ମନ ଇଛା ଦେଶକୁ ଆଗକୁ ବଢାଉଛନ୍ତି । ଏଥିପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ତାଙ୍କ ଔକାତ ଦେଖାଉଛି ସେନା ।’

ପିଏମ୍ ମୋଦି କହିଛନ୍ତି, ‘’NCC ଦେଶର  ଯୁବଶକ୍ତିରେ Discipline, Determination ଓ ଦେଶ ପ୍ରତି Devotionର ଭାବନା ମଜଭୁତ କରିବାର ବହୁତ ସଶକ୍ତ ମଞ୍ଚ । ଏହି ଭାବନା ଦେଶର ବିକାଶ ସହିତ ସିଧା ଜଡିତ । ଦେଶର ୬୫ ପ୍ରତିଶତରୁ ଅଧିକ ଲୋକ ୩୫ ବର୍ଷରୁ କମ୍ ବୟସର । ଦେଶ ଯୁବକ । ଆମେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ୍, ଏହା ଆମର ଦାୟିତ୍ୱ ହେବା ଉଚିତ୍ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା