PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଶ୍ବସ୍ଥ କରଦାତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରସ୍କାର, ଆରମ୍ଭ ହେଲା ନୂତନ ଟ୍ୟାକ୍ସ ପ୍ଲାଟଫର୍ମ

https://zeenews.india.com/

ନୂଆଦିଲ୍ଲୀ,୧୩।୮: ବିଶ୍ବସ୍ତ କରଦାତାଙ୍କୁ ପ୍ରୋତ୍ସାହନ ଓ କର ପ୍ରଣାଳୀରେ ପାରଦର୍ଶିତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ​‌ନରେନ୍ଦ୍ର ମୋଦି ଗୁରୁବାର ଏକ ସ୍ବତନ୍ତ୍ର ଫ୍ଲାଟଫର୍ମ ଆରମ୍ଭ କରିଛନ୍ତି।  ଦେଶର ବିଶ୍ବସ୍ଥ କରଦାତାଙ୍କ ପାଇଁ ‘ପାରଦର୍ଶୀ କରଧନ ବିଶ୍ବସ୍ଥ ସମ୍ମାନ ବା Transparent Taxation – Honoring the Honest) ମଞ୍ଚର ଆରମ୍ଭ କରିଛନ୍ତି।  ଏହି ନୂଆ ସିଷ୍ଟମ ଦ୍ବାରା ଦେଶର କରଦାତାଙ୍କୁ ସୁବିଧା ଦିଆଯିବ। ସେମାନଙ୍କୁ ଇନକମ୍ ଟ୍ୟାକ୍ସ ବିଭାଗର ଚକ୍କର ଲଗାଇବା  ଓ  ବିନା କାରଣରେ ବିବାଦରୁ ମଧ୍ୟ ମୁକ୍ତି ମିଳିଯିବ। ପ୍ରଧାନମନ୍ତ୍ରୀ ମୋଦି ଏହି ମଞ୍ଚକୁ ଲଞ୍ଚ କରି ଗୋଟିଏ ପଟେ ବିଶ୍ବସ୍ଥ ଟ୍ୟାକ୍ସପେୟର୍ସଙ୍କୁ ପ୍ରଶଂସା କରିଥିବା ବେଳେ ଟ୍ୟାକ୍ସ ଦେଉନଥିବା ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ପରାଧୀନ ଥିବା ସମୟରୁ ନେଇ ଆଜି ପର୍ଯ୍ୟନ୍ତ ଖୁବ୍ ପରିବର୍ତ୍ତନ କରାଯାଇଛି। ଦେଶରେ ଚାଲୁଥିବା Structural Reforms ଆଜି ଏକ ନୂଆ ସ୍ତରରେ ପହଁଞ୍ଚିଛି। ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ୍, ଅନରିଂ ଦ ଅନେଷ୍ଟ, ଏକବିଂଶ ଶତାବ୍ଦୀର ଟ୍ୟାକ୍ସ ସିଷ୍ଟମର ଏହି ନୂଆ ବ୍ୟବସ୍ଥା ଆଜି ଲୋକାର୍ପଣ କରାଯାଇଛି। ଏହି ପ୍ଳାଟଫର୍ମରେ Faceless Assessment, Faceless Appeal  ଓ Taxpayers Charter ଭଳି ବହ ରିଫର୍ମସ୍ ରହିଛି।  ଏହା ଦ୍ବାରା ଟ୍ୟାକ୍ସ ଦେବାରେ ସହଜ ହେବ। ଟେକ୍ନିକାଲର ସହାୟତାରେ ଲୋକଙ୍କ ଉପରେ ସେ ଭରସା ରଖାଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୨-୧୩ରେ ଯେତିକି ଟ୍ୟାକ୍ସ ରିଟର୍ନ ହେଉଥିଲା ଓ ଏହାର ସ୍କ୍ରୁଟନୀ ହେଉଥିଲା ତାହାଠାରୁ ମଧ୍ୟ କମ୍ ରହିଛି।   କାରଣ ଆମେ ଟ୍ୟାକ୍ସପେୟର୍ସଙ୍କ ଉପରେ ଭରସା କରିଛୁ।  ଏବେ ବିଶ୍ବସ୍ଥଙ୍କର ସମ୍ମାନ କରାଯିବ, ଜଣେ ବିଶ୍ବସ୍ଥ ଟ୍ୟାକ୍ସପେୟର ରାଷ୍ଟ୍ରନିର୍ମାଣରେ ଭୂମିକା ଗ୍ରହଣ କରିଥାଏ। ଆଜିଠାରୁ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି, ନୂଆ ସୁବିଧା ମିନିମମ୍ ଗର୍ଭମେଣ୍ଟ-ମାକ୍ସିମମ୍ ଗର୍ଭନାନ୍ସକୁ ଆଗକୁ ବଢାଇଥାଏ। ଏହାଦ୍ବାରା ସରକାରଙ୍କ ହସ୍ତକ୍ଷେପ କମ୍ ହୋଇଥାଏ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କିଛି ଲୋକଙ୍କ ପାଇଁ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।  କିଛି ଲୋକଙ୍କ କାରଣରୁ କୋଟି କୋଟି ବିଶ୍ବସ୍ଥ କରଦାତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ପୂର୍ବରୁ ୧୦ ଲକ୍ଷ ଟଙ୍କାର ମାମଲା ମଧ୍ୟ କୋର୍ଟ ପଳାଉଥିଲା, କିନ୍ତୁ ଏବେ ହାଇକୋର୍ଟ-ସୁପ୍ରିମକୋର୍ଟ ଯାଉଥିବା ମାମଲାର ସୀମା କ୍ରମଶଃ ୧-୨ କୋଟି ଟଙ୍କା କରିଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସ ସିଷ୍ଟମରେ ପାରଦର୍ଶିତା ଆସିବା ପାଇଁ ୩ଟି ବଡ ସୁଧାର ଆଣିଥିବା କଥା କହିଛନ୍ତି।  ଏଥିରେ ଫେସଲେସ୍, ଫେସଲେସ୍ ଅପିଲ ଓ ଚାର୍ଟର ରହିଛି। ଯଦି ସହଜର ଶବ୍ଦରେ ବୁଝିବା ତେବେ ଟ୍ୟାକ୍ସପେୟର ଚାର୍ଟର ଏକ ପ୍ରକାର ଲିଷ୍ଟ, ଯେଉଁଥିରେ ଟ୍ୟାକ୍ସପେୟର୍ସଙ୍କ ଅଧିକାର, କର୍ତ୍ତବ୍ୟ ବ୍ୟତୀତ ଟ୍ୟାକ୍ସ ଅଧିକାରୀଙ୍କ ପାଇଁ କିଛି ନିର୍ଦେଶ ରହିବ। ଏହା ଜରିଆରେ କରଦାତା ଓ  ଇନକମ୍ ଟ୍ୟାକ୍ସ ବିଭାଗ ଭିତରେ ବିଶ୍ବାସ ବଢାଇବାର ଚେଷ୍ଟା କରାଯିବ। ଫେସଲେସ୍ ଅପିଲର ସୁବିଧା ଚଳିତ ବର୍ଷ ୨୫ ଡିସେମ୍ବର​‌ରେ ଦୀନ ଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେବ। ଏହି ସୁବିଧା ଦ୍ବାରା ଭ୍ରଷ୍ଟାଚାର ଓ ମନମାନୀ ରୋକିବାର ଚେଷ୍ଟା କରାଯିବ।  ଏହା ଅନୁସାରେ ଟ୍ୟାକ୍ସପେୟର୍ସଙ୍କର ଯଦି କୌଣସି ଅଭିଯୋଗ ରହିବ ତେବେ ଚୟନ କରାଯାଇଥିବା ଅଫିସରଙ୍କ ପାଖରେ ଅପିଲ କରିବାର ଅଧିକାର ରହିବ। ସେଭଳି ପୂର୍ବରୁ ସ୍କ୍ରୁଟନି ଥିବା ମାମଲାରେ ଆସେସମେଣ୍ଟ ପକ୍ରିୟା ସମୟରେ କରଦାତାଙ୍କୁ ବହୁବାର ଟ୍ୟାକ୍ସ ଅଧିକାରୀଙ୍କ ନିକଟରେ ଚକ୍କର ଲଗାଇବାକୁ ପଡିଥାଏ। ଏହା ଏକ ପ୍ରକାର ଭ୍ରଷ୍ଟାଚାରର କାରଣ କହିଥାଏ ଓ ବିଶେଷ ଭାବରେ ଅଧିକ ଟଙ୍କା ମାମଲାରେ ଏଭଳି ଅଭିଯୋଗ ଲାଗିଥାଏ। ଲେଣ-ଦେଣ ଜରିଆରେ ମାମଲାର ସମାଧାନର ଚେଷ୍ଟା ହେଉଥିଲ। କିନ୍ତୁ କ୍ୟାସଲେସ୍ ଆସେସମେଣ୍ଟରେ ଏହି ରାସ୍ତା ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର