ଫିଲ୍ମ ଦୁନିଆ ପାଇଁ ବହୁତ ବଡ଼ କ୍ଷତି : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ ୨୯/୦୪ :  ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କହିଛନ୍ତି , ତାଙ୍କର ବିଭିନ୍ନ କ୍ଷେତ୍ରରେ ବହୁମୁଖୀ ପ୍ରତିଭାପାଇଁ ସେ ସମସ୍ତଙ୍କ ହୃଦୟରେ ମନେରହିବେ। ଆଉ ମଧ୍ୟ ଇରଫାନଙ୍କର ନିଧନ ସିନେମା ଓ ରଙ୍ଗମଞ୍ଚ ପାଇଁ ଏକ ବହୁତ ବଡ଼ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୱିଟ୍‌ ମାଧ୍ୟମରେ ଲେଖିଛନ୍ତି , ବିଭିନ୍ନ କ୍ଷେତ୍ରରେ ଇରଫାନଙ୍କର ବହୁମୁଖୀ ପ୍ରତିଭା ପାଇଁ ସେ ମନେରହିବେ। ମୋର ଶୁଭ କାମନା ତାଙ୍କର ପରିବାର , ବନ୍ଧୁ ଓ ପ୍ରଶଂସକଙ୍କ ସହ ରହିଛି। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।

ଉଲ୍ଲେଖନୀୟ ଯେ ,  ଅଭିନେତା ଇରଫାନ ଖାନ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ମଳଦ୍ୱାର ସଂକ୍ରମଣ କାରଣରୁ ମଙ୍ଗଳବାର  କୋକିଳାବେନ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  ୨୦୧୮ରେ  ତାଙ୍କୁ କ୍ୟାନସର ହୋଇଥିଲା। ଇରଫାନ ଜଣେ ଆକ୍ଟିଭ୍‌ ମଣିଷ ଥିଲେ ,  ଯିଏ କି ଜୀବନର ଶେଷ ଯାଏ ଲଢ଼େଇ ଜାରି ରଖିଥିଲେ । ତାଙ୍କ ସଂପର୍କରେ ଆସିଥିବା ପ୍ରତି ମଣିଷ ପାଇଁ ସେ ପ୍ରେରଣା ପାଲଟି ଯାଇଛନ୍ତି ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !