ବିରୋଧିଙ୍କୁ ପାଲଟା ଜବାବ: ‘ ମେଁ ଭି ଚୌକିଦାର’ ଅଭିଯାନ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୬।୩: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିରୋଧିଙ୍କୁ ପାଲଟା ଜବାବ୍ ଦେବାପାଇଁ
ବିଜେପି ନୂତନ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀଙ୍କୁ ଜବାବ୍ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଅଭିଯାନ ଆରମ୍ଭ କରିଛନ୍ତି। ରାଫେଲ ଡିଲକୁ ଆଧାର କରି କଂଗ୍ରେସର ’ଚୌକିଦାର ଚୋର ହେ’ ସ୍ଲୋଗାନାକୁ ଜବାବ୍ ଦେଇ ମୋଦି ଆରମ୍ଭ କରିଛନ୍ତି ’ ମେଁ ଭି ଚୌକିଦାର’ ଅଭିଯାନ। ଏହି ଅଭିଯାନକୁ ଆରମ୍ଭ କରି ସେ କହିଛନ୍ତି ଆପଣଙ୍କ ଚୌକିଦାର ଦେଶ ସେବାରେ ମଜବୁତ ଭାବରେ ଠିଆ ରହିଛି। ଏହା ସହ ନିଜର ସମର୍ଥକଙ୍କୁ ସେ ଅପିଲ କରିଛନ୍ତି ‘ମେଁ ଭି ଚୌକିଦାର’ର ସଂକଳ୍ପ ନିଅନ୍ତୁ। କେବଳ ସେ ନୁହଁନ୍ତି ଦେଶର ପ୍ରତ୍ୟେକ ନାଗରିକ ଚୌକିଦାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
Your Chowkidar is standing firm & serving the nation.
— Narendra Modi (@narendramodi) March 16, 2019
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
‘ମେଁ ହୁ ବିକାଶ, ମେଁ ହୁଁ ଗୁଜରାଟ’ ଭଳି ସ୍ଲୋଗାନ ଏବେ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ କରିଛି। କାରଣ କଂଗ୍ରେସ ରାଫେଲ ଡିଲ ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗ ଆଣି ମୋଦିଙ୍କୁ ସିଧାସଳଖ ଭାବରେ ଦାୟୀ କରିଥିଲା। ମୋଦି ନିଜକୁ ଦେଶର ଚୌକିଦାର ବୋଲି ଆଗରୁ କହିଥିବାରୁ କଂଗ୍ରେସ ଏହାକୁ ଆଧାର କରି ‘ଚୌକିଦାର ଚୋର ହେ’ ସ୍ଲୋଗାନ ଦେଇଥିଲା। ଏହାର ଜବାବରେ ଆଜି ମୋଦି ନିଜର ଟ୍ବିଟର ହାଣ୍ଡେଲରେ ‘ମେଁ ଭି ଚୌକିଦାର’ ସ୍ଳୋଗାନ ଦେଇ ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରରେ ୩.୪୫ ମିନିଟ୍ ର ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସରକାରଙ୍କ ସଫଳତାକୁ ମଧ୍ୟ ଦର୍ଶାଯାଇଛି । ଭିଡିଓ ଶେଷରେ ‘ମେଁ ଭି ଚୌକିଦାର’ କ୍ୟାମ୍ପେନ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମାର୍ଚ୍ଚ ୩୧ ରେ ସନ୍ଧ୍ୟା ୬ଟାରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି । ସେ କହିଛନ୍ତି, ମୁଁ ଏକୁଟିଆ ନାହିଁ। ସମସ୍ତ ଦେଶବାସୀ ଯେଉଁମାନେ କି ଭ୍ରଷ୍ଟାଚାର ଏବଂ ସାମାଜିକ ଅବ୍ୟବସ୍ଥା ବିରୋଧରେ ଲଢୁଛନ୍ତି, ସେମାନେ ଜଣେ ଜଣେ ଚୌକିଦାର। ଭାରତ ବିକାଶ ପାଇଁ କଠିନ ପରିଶ୍ରମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଚୌକିଦାର। ପ୍ରଧାନମନ୍ତ୍ରୀ ହ୍ୟାସ୍ ଟ୍ୟାଗ ବ୍ୟବହାର କରିଛନ୍ତି ଯେଉଁଥିଲେ ଲେଖାଅଛି ଆଜି ପ୍ରତି ଭାରତୀୟ କହୁଛନ୍ତି #MainBhiChowkidar ।
ଉଲ୍ଳେଖନୀୟ ଯେ ବିଜେପିର ଏହି ପାଲଟା ଜବାବ୍ ଠିକ୍ ସେଭଳି, ଯେପରିକି ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଘଟିଥିଲା। ଲୋକସଭା ନିର୍ବାଚନ ୨୦୧୪ର ପ୍ରଚାର ସ୍ଲୋଗାନର ଖୁବ୍ ପ୍ରଭାବୀ ରହିଥିଲା। ଯାହାର ଦମରେ ବିଜେପିକୁ ସଫଳତା ମିଳିଥିଲା। ଏହି ସମୟରେ ବିଧାନସଭା ନିର୍ବାଚନ ପରେ ଆରୋପ-ପ୍ରତ୍ୟାରୋପ ପାଇଁ ବିଭିନ୍ନ ପ୍ରକାର ସ୍ଲୋଗାନ ପ୍ରସ୍ତୁତ କରାଯାଇଥିଲା। ୨୦୧୭ ଶେଷରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ‘ବିକାଶ ପଗଲା ଗୟା’ ସ୍ଲୋଗାନ ନିର୍ବାଚନୀ ଯୁଗଳବନ୍ଦୀର ଅଂଶ ଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହିତ ବହୁ ବିଜେପି ବିରୋଧି ନେତା ନିଜ ସଭାରେ ‘ବିକାଶ ପଗଲା ଗୟା ’ ସ୍ଲୋଗାନର ବ୍ୟବହାର କରିଥିଲେ। ଯାହାକି ସୋସିଆଲ ମିଡିଆରେ ଯୋରଦାର ବ୍ୟବହାର କରାଯାଇଥିବାର ଦେଖିବାକୁ ମିଳିଥିଲା।