PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପେଜ୍‌ରେ କିଏ ଏହି ବୃଦ୍ଧ ମହିଳା ? ଯାହାଙ୍କ ପାଖରେ ମୋଦି ମୁଣ୍ଡ ନୁଆଁଇ ହାତଯୋଡି ଆଶୀର୍ବାଦ ନେଉଛନ୍ତି, ଜାଣନ୍ତୁ…

କୋଏମ୍ବାଟୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫେସବୁକ୍ ପେଜ୍‌ରେ ଜଣେ ବୃଦ୍ଧା ମହିଳାଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପ୍ରଧାନମନ୍ତ୍ରୀ ବୃଦ୍ଧାଙ୍କ ଆଗରେ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଉଥିବାର ଦେଖାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ତାମିଲନାଡୁର କୋଏମ୍ବାଟୁର ଗସ୍ତରେ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ତିରୁପୁର, ମଦୁରାଇ ଏବଂ ତିରୁଚିରାପଲ୍ଲି ଜିଲ୍ଲାରେ ୪୧୪୪ ଘରର ଉଦଘାଟନ କରିଥିଲେ । ଏଥିସହ କିଛି ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ।

ତେବେ ଏସବୁ ଭିତରେ ୧୦୬ ବର୍ଷିୟ ଆମ୍ମାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ୧୦୬ ବର୍ଷିୟ ଆମ୍ମା ପପ୍ପାମଲଙ୍କ ହାତ ତାଙ୍କ ମୁଣ୍ଡ ଉପରେ ରଖି ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଫଟୋକୁ ସେୟାର କରିବା ବେଳେ ଲେଖିଛନ୍ତି କି ଆଜି କୋଏମ୍ବାଟୁରରେ ଆସଧାରଣ ଆର.ପପ୍ପାମଲଙ୍କ ସହ ଭେଟ ହୋଇଥିଲା । କୃଷି ଏବଂ ଜୈବିକ ଚାଷ କ୍ଷେତ୍ରରେ ଅବିସ୍ମରଣୀୟ କାମ ପାଇଁ ତାଙ୍କୁ ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯାଇଛି ।

୧୦୬ ବର୍ଷିୟ ଆର ପପାମାଲ ତାମିଲନାଡୁର ଜୈବିକ ଚାଷ ପାଇଁ ଜଣାଶୁଣା । ବିଶ୍ୱାସ କରାଯାଏ ଯେ ସେ ଦେଶର ସବୁଠୁ ବୟସ୍କ କୃଷକ, ଯିଏକି ଏପର୍ଯ୍ୟନ୍ତ କ୍ଷେତରେ ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି । କୋଏମ୍ବାଟୁର ଅଞ୍ଚଳ ନୀଳଗିରି ପାହାଡ ପାଇଁ ପ୍ରସିଦ୍ଧ । ପପାମାଲ ୧୯୧୪ ମସିହାରେ କୋଏମ୍ବାଟୁରର ଦେବଲାପୁରମରେ ଜନ୍ମଗ୍ରହଣ କରିଥିଲେ । ବହୁତ କମ୍ ବୟସରେ ପିତାମାତାଙ୍କୁ ହରାଇବା ପରେ, ସେ ଦୁଇ ଭଉଣୀଙ୍କ ସହିତ ଥାକାମାପାଟୀରେ ତାଙ୍କ ଜେଜେମା’ଙ୍କ ନିକଟରେ ବଢିଥିଲେ ।

ସେ ଏକ ପାରିବାର ଭରଣପୋଷଣ ଦାୟିତ୍ବ ନେଇଥିଲେ ଏବଂ ପରେ ଏକ ଖାଦ୍ୟ ଏବଂ ପାନ ଦୋକାନ ଆରମ୍ଭ କରିଥିଲେ । ଏହି ଆୟରେ ସେ ୩୦ ବର୍ଷ ବୟସରେ ଗାଁରେ ୧୦ ଏକର ଜମି କିଣିଥିଲେ । କେବଳ ଏତିକି ନୁହେଁ, ପପାମାଲ ମଧ୍ୟ ତାଙ୍କ ଭଉଣୀର ପିଲାମାନଙ୍କର ଯତ୍ନ ନେଉଥିଲେ । ଗତ ୭ ଦଶନ୍ଧି ଧରି ସେ କେବଳ ତାମିଲନାଡୁ ନୁହେଁ ସମଗ୍ର ଦେଶରେ ଜୈବିକ ଚାଷ ପାଇଁ ପ୍ରେରଣା ପାଲଟିଛନ୍ତି । ସକାଳ ସକାଳ ସାଢେ ୫ ରୁ ତାଙ୍କ ଦିନ  ଆରମ୍ଭ ହୁଏ ଏବଂ ୬ ଟା ସୁଦ୍ଧା ସେ ନିଜ କ୍ଷେତରେ ପହଞ୍ଚନ୍ତି ।  ତାଙ୍କର ନିୟମିତ ରୁଟିନ୍ ମାଧ୍ୟମରେ, ସେ ଜୀବନର ୧୦୬ ବସନ୍ତ ଅତିକ୍ରମ କରିବା ସତ୍ତ୍ବେ ନିଜକୁ ଫିଟ୍ ରଖିଛନ୍ତି ।