ବର୍ଷିଲେ ମୋଦି, ମୁଁ ଜୀବିତ ରହିବି ନଚେତ୍ ଆତଙ୍କବାଦ

ଅହମ୍ମାଦାବାଦ,୨୧।୪: ଗୁଜରାଟର ପାଟନରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ କଡା ଚେତାବନୀ ଦେଇଛନ୍ତି। ଏଭଳି କହି ମୋଦି ଆତଙ୍କବାଦର ସମୁଳେ ନିପାତ କରିବେ ବୋଲି ଏକ ପ୍ରକାର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ମୁଁ ବଞ୍ଚିବି, ନହେଲେ ଆତଙ୍କବାଦ। କଂଗ୍ରେସ ନେତାଙ୍କୁ ସେନା ଉପରେ ଭରସା ନାହିଁ, ତେଣୁ ତାଙ୍କ ନେତା ସେନାର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି। ଆଗରୁ ପ୍ରତିଦିନ ଦେଶରେ ବୋମା ବିସ୍ଫୋରଣ ହେଉଥିଲା, ଆତଙ୍କବାଦୀଙ୍କ କାରଣରୁ ଲୋକଙ୍କ ଆଖିରୁ ଲୁହ ଶୁଖୁନଥିଲା। ପୁଲଓ୍ବାମା ଆକ୍ରମଣ ଘଟଣା ପରେ ଆମ ସରକାର ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛି। ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା ଓ ଆଉ ଏବେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ନଷ୍ଟ କରିଦେଲୁ। କିନ୍ତୁ କଂଗ୍ରେସ ନେତା ଏହାକୁ ବିଶ୍ବାସ ନକରି ପ୍ରମାଣ ମାଗୁଛନ୍ତି।

ଏହି ଅବସରରେ ମୋଦି ପାକିସ୍ତାନ ଏବଂ ଆତଙ୍କବାଦକୁ ଯୋରଦାର ଭାବରେ ଟାର୍ଗେଟ କରିଥିଳେ। ସେ କହିଥିଲେ, ଯେତେବେଳେ ଅଭିନନ୍ଦନଙ୍କୁ ପାକିସ୍ତାନ ବନ୍ଦୀ କରିଥିଲା, ମୁଁ ପାକିସ୍ତାନକୁ କହିଥିଲି ଯଦି ଆମର ପାଇଲଟଙ୍କୁ କିଛି ହୁଏ ତେବେ ଆମେ ଛାଡିବୁନି। ପାକିସ୍ତାନରେ ଆକ୍ରମଣ କରିବାକୁ ସବୁ ପ୍ରକାର ଯୋଜନା ହୋଇସାରିଥିଲା।  ଆମେ ସାମ୍ବାଦିକ ସମ୍ମିଳନୀ କରି କହିଥିଲୁ ଯଦି ଆମର ପାଇଲଟର କିଛି କ୍ଷତି ହୁଏ ତେବେ  ସାରା ବିଶ୍ବରେ କହିବୁଲିବ ମୋଦି ଆପଣଙ୍କ ସହ କ’ଣ କରିଛି।  ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଦ୍ବିତୀୟ ଦିନ କହିଥିଲେ ମୋଦି ୧୨ଟି ମିଶାଇଲ ପ୍ରସ୍ତୁତ କରି ରଖିଛନ୍ତି ଓ ଆକ୍ରମଣ ହୋଇପାରେ। ଏହାପରେ ପାକିସ୍ତାନ ତା ପର ଦିନ ଅଭିନନ୍ଦନଙ୍କୁ ଫେରାଇବାର ଘୋଷଣା କରିଥିଲା। ଯଦି ପାକିସ୍ତାନ ଏଭଳି କରିନଥାନ୍ତା ମୁଁ ଏହା ମାନି ନେଇଥିଲି ଯେ ପ୍ରଧାନମନ୍ତ୍ରୀ ପଦ ରହୁ କିମ୍ବା ନରହୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ  ମୁଁ ବଞ୍ଚିବି, ନହେଲେ ଆତଙ୍କବାଦୀ ବଞ୍ଚିବେ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ