PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବଙ୍ଗାଲରେ ଆଜି ଦିଦି ବନାମ ମୋଦି : କୋଲକାତାରେ ମୋଦିଙ୍କ ମେଗା ରାଲି, ସିଲିଗୁଡିରେ ମମତା ଦେବେ ରଣହୁଙ୍କାର

ନୂଆଦିଲ୍ଲୀ, ୦୭/୦୩ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଏଥିପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ଜୋରଶୋରରେ ପ୍ରସ୍ତୁତି ଚଳାଇଛନ୍ତି। ଅପର ପକ୍ଷରେ ଟିଏମସି ୨୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ୫୭ଟି ଆସନରେ ଟିକେଟ ଘୋଷଣା କରିଛି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ବ୍ରିଗେଡ ପରେଡ ମଇଦାନରେ ନିର୍ବାଚନୀ ରାଲିରେ ସମ୍ବୋନ୍ଧିତ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତର ବଙ୍ଗାଲର ସିଲିଗୁଡିରେ ରଣହୁଙ୍କାର ଦେବେ।

ବିଜେପି ପ୍ରଧାନମନ୍ତ୍ରୀଙ୍କ ରାଲିକୁ ସଫଳ କରିବାକୁ ଉଦ୍ୟମ କରୁଛି। ବିଜେପିର ବଙ୍ଗାଲ ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଏବେ କୋଲକାତାରେ ଅଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମେତ ବହୁ ଛାମୁଆ ନେତା କୋଲକାତାରେ ପହଞ୍ଚି ଗଲେଣି। ବିଜେପି ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ରିଗେଡ ଚଲୋ ନାରା ଦେଉଛି।

ସେପଟେ ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମୋଦିଙ୍କ ରାଲିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। କୈଳାଶ ବିଜୟବର୍ଗୀୟ ଗତକାଲି ବିଳମ୍ବିତ ରାତିରେ ବେଲଗଛିଆରେ ପହଞ୍ଚି ମିଥୁନଙ୍କ ସହ ସାକ୍ଷାତ କରିଥିଲେ। ତେବେ ମୋଦିଙ୍କ ରାଲି ପୂର୍ବରୁ ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଗୁଡିରେ ରଣହୁଙ୍କାର ଦେବେ।