PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶଦ୍ରୋହୀ ୟାସିନ ମଲିକକୁ ଆଜୀବନ ଜେଲ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
  • ||
  • ସମ୍ୱଲପୁର : ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ , ମୃତକଙ୍କ ପରିଚୟ ମିଳନାହିଁ
  • ||
  • କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ ଘଟଣା, ଏଣିକି କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ଟୁରିଷ୍ଟ ବସ୍ , ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
  • ||
  • ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ
  • ||
  • ଜଳେଶ୍ଵର : ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍‌ପର୍ ମୃତ
  • ||
  • କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ
  • ||
  • ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ତଳ ମୁଣ୍ଡର ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ପୁଣି ଏକ ନୂଆ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା

source:www.punjabkesari.in

ଅହମଦାବାଦ ୫/୩: ପିଏମ୍ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନାର ଶୁଭାରମ୍ବ କରିଛନ୍ତି । ପିଏମ୍ ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ସାରା ଦେଶରେ ୩ ଲକ୍ଷରୁ ଅଧିକ ସର୍ଭିସ୍ ସେଣ୍ଟରରେ ୨ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ଭାଗିଦାରୀ ଅଟନ୍ତି । ଏହା ଏକ ରେକର୍ଡ । ସେ କହିଛନ୍ତି ଯେ ଏହା ହେଉଛି ୪୨ କୋଟି ଶ୍ରମିକଙ୍କ ସେବାରେ ସମର୍ପିତ ଏକ ଯୋଜନା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏହି ଯୋଜନା ତାଙ୍କ ପାଇଁ ଭାବୁକ ମୁହୂର୍ତ୍ତ । କାରଣ ସେ ନିଜେ ଅନୁଭବ କରିଛନ୍ତି ଯେ ଶ୍ରମିକଙ୍କୁ କିଭଳି ପରିସ୍ଥିତି ଦେଇ ଗତିକରିବାକୁ ପଡିଥାଏ । ଏହି ପରିସ୍ଥିତି ହିଁ ତାଙ୍କୁ ଶ୍ରମଯୋଗୀ ମାନଧନ ଯୋଜନା ପାଇଁ ପ୍ରେରିତ କରିଥିଲା । ସ୍ୱାଧୀନତା ପରେ ଇତିହାସର ଏହା ପ୍ରଥମ ଯୋଜନା ଯାହା ସମାଜର ସେହି ବର୍ଗକୁ ସ୍ପର୍ଶ କଲା ଯାହାଙ୍କ ସମ୍ପର୍କରେ କେହି କେବେ ଚିନ୍ତା ମଧ୍ୟ କରିନଥିଲା । ସମସ୍ତେ ଏମାନଙ୍କୁ ତାଙ୍କ ଭାଗ୍ଯ ଉପରେ ଛାଡିଦେଇଥିଲେ ।

୬୦ ବର୍ଷ ବୟସରେ ମିଳିବ ପେନଶନ୍
ଏହି ଯୋଜନା ଅନୁସାରେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ୬୦ ବର୍ଷ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନଶନ୍ ମିଳିବ । ଯୋଜନା ସମ୍ପର୍କରେ ଅଧିସୂଚନା ପୂର୍ବରୁ ଜାରି କରାଯାଇସାରିଛି । ଏହି ଯୋଜନା ସମ୍ପର୍କରେ ୧ ଫେବୃୟାରୀରେ ଅର୍ଥ ମନ୍ତ୍ରୀ ପିୟୁଷ ଗୋୟଲ ଅନ୍ତରୀଣ ବଜେଟର ଘୋଷଣା କରିଥିଲେ । ଯୋଜନାରେ ଯୋଡିହେବା ପାଇଁ ସାରା ଦେଶରେ ସମୁଦାୟ ୩.୧୩ ଲକ୍ଷ ସେବା କେନ୍ଦ୍ର ନିର୍ମାଣ କରାଯାଇଛି । ୧୫ ଫେବୃୟାରୀରୁ ଯୋଜନା ପାଇଁ ରେଜିଷ୍ଟ୍ରିସନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯୋଜନାର ଶେଷ ପ୍ରକ୍ରିୟା ସମ୍ପାଦନର ଦାୟିତ୍ୱ ଭାରତୀୟ ଜୀବନ ବିମା ନିଗମ (LIC)କୁ ମିଳିଛି ।

ଦେବାକୁ ପଡିବ ପ୍ରିମିୟମ
ଯୋଜନା ଅନୁସାରେ ଅସଙ୍ଗଠିତ କ୍ଷେତ୍ରର ୧୮ରୁ ୪୦ ବର୍ଷର ବୟସ୍କ ଯୋଜନାର ହିତାଧିକାରୀ ହୋଇପାରିବେ । ଏହା ସହିତ ଯୋଡିହେବାକୁ ଥିବା ହିତାଧିକାରୀଙ୍କୁ ୬୦ ବର୍ଷ ପରେ ୩ହଜାର ଟଙ୍କା ମାସିକ ପେନସନ୍ ମିଳିବ । ପେନଶନର ଲାଭ ପାଇବା ପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି । ଯଦି କୌଣସି ହିତାଧିକାରୀ ୧୮ ବର୍ଷ ବୟସରୁ ଏହି ସ୍କିମରେ ଭାଗ ନେବ ତେବେ ତାକୁ ୫୫ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ୨୯ ବର୍ଷ ବୟସରେ ଯୋଜନାର ଲାଭ ପାଇବା ପାଇଁ ମାସିକ ୧୦୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ୪୦ ବର୍ଷ ବୟସରେ ୨୦୦ ଟଙ୍କା ମାସିକ ପ୍ରିମିୟମ ଦେବାକୁ ପଡିବ ।

ଯୋଜନାରେ ପଞ୍ଜୀକରଣ କରିସାରିଥିବା ଶ୍ରମିକଙ୍କୁ ବିଶିଷ୍ଟ ଆଇଡି ନମ୍ବର ମଧ୍ଯ ଜାରି କରାଯାଇଛି । ବଜେଟ୍ ଉପସ୍ଥାପନ ସମୟରେ ପୀୟୁଷ ଗୋୟଲ କହିଥିଲେ ଯେ ସରକାରଙ୍କ ତରଫରୁ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସର ପରେ ସର୍ବନିମ୍ନ ପେନଶନର ଗ୍ୟାରେଣ୍ଟି ଦିଆଯିବ । ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ଏହି ଯୋଜନାର ଫାଇଦା ସେହି ଶ୍ରମିକଙ୍କୁ ମିଳିବ ଯାହାର ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ଥିବ । ଏହି ଯୋଜନାର ଫାଇଦା ଘରେ କାମ କରୁଥିବା ମେଡ୍, ଡ୍ରାଇଭର, ପ୍ଲମ୍ବର, ରିକ୍ସା ଚାଳକଙ୍କୁ ମଧ୍ଯ ମିଳିବ ।

ସମ୍ବନ୍ଧିତ ଖବର