PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି, ସମ୍ପନ୍ନ ହେଲା ଭୂମିପୂଜନ

https://aajtak.intoday.in/

ଲକ୍ଷ୍ନୌ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ଶୁଭ ମୂହୁର୍ତ୍ତରେ କରିଛନ୍ତି ରାମ ମନ୍ଦିରର ଶିଳାନ୍ୟାସ। ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବହୁ ଖାସ୍ ଲୋକ ଉପସ୍ଥିତ ଥିଲେ। ଏହି ଐତିହାସିକ ମୁହୂର୍ତ୍ତର ଆଜି ସାକ୍ଷୀ ହୋଇଛି ସାରା ଅଯୋଧ୍ୟା। ସେଠାରେ ଉପସ୍ଥିତ ଥିବା ଅତିଥିଙ୍କ ଜୟ ଶ୍ରୀରାମ ଜୟ ଶ୍ରୀରାମ୍… ଶବ୍ଦର ଉଚ୍ଚାଚଣରେ ସାରା ଅଯୋଧ୍ୟା ଆଜି ମନ୍ତ୍ରମୟ ହୋଇ ଉଠିଛି। କେବଳ ଅଯୋଧ୍ୟାର ଲୋକେ ନୁହେଁ ସାରା ଦେଶ ଏପରିକି ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନେ ଏହି ଐତିହାସିକ ସମୟର ସାକ୍ଷୀ ହୋଇଛନ୍ତି। ୫୦୦ ବର୍ଷରୁ ଦୀର୍ଘ ସମୟର ଅପେକ୍ଷା ଶେଷରେ ଆଜି ପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଛି। ଅଯୋଧ୍ୟାରେ ଭୂମିପୂଜନ ସମ୍ପନ୍ନ ହୋଇଛି।

ରାମ ମନ୍ଦିର ପାଇଁ ଭୂମିପୂଜନରେ ଲଗାଯାଇଥିବା ୯ଟି ଶିଳାର ପୂଜନ ଭିତରେ ଯେଉଁଶିଳା ରହିଛି ତାହା ହେଲା କୁର୍ମଶିଳା। ଏହି ଶିଳାର ଠିକ୍ ଉପରେ ରାମଲାଲା ବିରାଜମାନ ହେବେ। ରାମମନ୍ଦିର ଭୂମି ପୂଜନରେ ପୂଜାରୀ କହିଛନ୍ତି, ଏଠାରେ ୯ଟି ଇଟା ରଖାଯାଇଛି। ଏହାକୁ ୧୯୮୯ରେ ସାରା ବିଶ୍ବର ଭଗବାନ ରାମଙ୍କ ଭକ୍ତ ପଠାଇଥିଲେ। ଏଭଳି ଇଟାର ସଂଖ୍ୟା ୨ ଲକ୍ଷ ୭୫ ହଜାର, ଯାହା ଭିତରେ ୧୦୦ ଇଟା ‘ଜୟ ଶ୍ରୀ ରାମ’ ଖୋଦିତ କରାଯାଇଛି।

ଭୂମି ପୂଜନ ପୂର୍ବରୁ ମୋଦି ହନୁମାନଗଢୀ ମନ୍ଦିରରେ ପ୍ରଥମେ ପୂଜା କରିଥିଲେ। ଏହାପରେ ରାମଲାଲାଙ୍କୁ ଦର୍ଶନ ପାଇଁ ତାଙ୍କର ଅସ୍ଥାୟୀ ମନ୍ଦିର ପହଁଞ୍ଚି ସଷ୍ଟାଙ୍ଗ ପ୍ରଣାମ କରି ଆର୍ଶିବାଦ ନେଇଥିଲେ। ଅଯୋଧ୍ୟାକୁ ୪୦୦ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। ଥାଇଲାଣ୍ଡରୁ ଅର୍କିଡ ବେଙ୍ଗାଲୁରରୁ ଅପରାଜିତା ଫୁଲ ମଗାଯାଇଛି। ସେଭଳି ନାରଙ୍ଗୀ ଓ ନାଲି ରଙ୍ଗର ଡବଲ ଗେଣ୍ଡୁଫୁଲ। ଅଯୋଧ୍ୟାରେ ଚାରିଆଡେ ହର୍ଷଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି। ଲୋକମାନେ ରାସ୍ତା ଉପରକୁ ଆସି ଭଜନ-କୀର୍ତ୍ତନ ଓ ଜୟ ଶ୍ରୀରାମ ଉଚ୍ଚାରଣ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର