PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସିଏଏ ସମର୍ଥନରେ ଟ୍ୱିଟର କ୍ୟାମ୍ପେନ୍ ଆରମ୍ଭ କଲେ ମୋଦି, ସମର୍ଥନ କରୁଥିଲେ ଏମିତି କରନ୍ତୁ ଟ୍ୱିଟ୍

ନୁଆଦିଲ୍ଲୀ ୩୦/୧୨: ନାଗରିକତା ସଂଶୋଧନ ଅଧିନିୟମ ଉପରେ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟ୍ୱିଟର ଅଭିଯାନ ଆରମ୍ଭ କରିଛନ୍ତି । ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି । ତାଙ୍କ ପୋଷ୍ଟକୁ ୫୪ ହଜାରରୁ ଅଧିକ ଥର ରିଟ୍ୱିଟ୍ କରାଯାଇଛି ଏବଂ ୨୩ ହଜାରରୁ ଅଧିକ ଥର ଲାଇକ୍ ମଧ୍ୟ କରାଯାଇଛି । ଏବେ #IndiaSupportsCAA ଟ୍ୱିଟରରେ ଟ୍ରେଣ୍ଡ ହେଉଛି । ଏହାକୁ ୭ ଲକ୍ଷ  ୨୮ ହଜାର ଥର ଟ୍ୱିଟ୍ କରାଯାଇଛି ।

ବିଜେପି ନେତା ମିନାକ୍ଷୀ ଲେଖି ଟ୍ୱିଟ୍ କରି କହିଛନ୍ତି ଯେ କ୍ରୁର ଓ କଟ୍ଟରପନ୍ଥୀଙ୍କ ଝାସରେ ନଆସି ଭାରତୀୟ ଭାବେ ଗର୍ବ କରନ୍ତୁ ଏବଂ ଖୋଲା ମନରେ ସମର୍ଥନ କରନ୍ତୁ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ନିଜ ଅଫିସିଆଲ୍ ଟ୍ୱିଟରରେ ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି, ‘ନାଗରିକତା ଅଧିନିୟମ ୨୦୧୯ ଏବଂ ହ୍ୟାଶଗ୍ୟାଗ୍ ଇଣ୍ଡିଆସପୋର୍ଟ୍ସସିଏଏ, ଏହାକୁ ପଢନ୍ତୁ ଏବଂ ନିଜ ସନ୍ଦେହ ଦୂର କରନ୍ତୁ ।’

ବିଜେପି ଆଇଟି ସେଲ୍ ପ୍ରମୁଖ ଅମିଲ ମାଲବୀୟ ଲେଖିଛନ୍ତି, ‘ଯେଉଁମାନେ ଏନେଇ ଚିନ୍ତିତ ଯେ ଶରଣାର୍ଥୀଙ୍କୁ କେଉଁଠି ସମୟୋଜିତ କରାଯିବ, ସେମାନଙ୍କୁ ପ୍ରଥମେ ନିଜ ହୃଦୟରେ ସ୍ଥାନ ଦେବା ଉଚିତ୍ । ’

ତେବେ ଯଦି ଆପଣ ମଧ୍ୟ ସିଏଏକୁ ସମର୍ଥନ କରୁଛନ୍ତି ତେବେ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ #IndiaSupportsCAA ଲେଖି ଟ୍ୱିଟ୍ କରିପାରିବେ ।

ସମ୍ବନ୍ଧିତ ଖବର