PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଣି ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‘ୟେ ମୋଦି, ଆତଙ୍କବାଦୀଙ୍କୁ ପାତାଳରୁ ଖୋଜି ମଧ୍ୟ ଶେଷ କରିବ’

ନାସିକ,୨୨।୪: ଲୋକସଭା ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ମହାରାଷ୍ଟ୍ରର ନାସିକରେ ଆୟୋଜିକ ଏକ ରାଲିରେ ଯୋଗ ଦେଇ ପୁଣିଥିରେ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିବା ସହ ଆତଙ୍କବାଦୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଶ୍ରୀଲଙ୍କାରେ ହୋଇଥିବା ଆକ୍ରମଣ ଘଟଣା ସମ୍ପର୍କରେ କହିବା ପରେ ମୋଦି କହିଛନ୍ତି ‘ ୨୦୧୪ ପୂର୍ବରୁ ଭାରତରେ ଯେତେବେଳେ ଏଭଳି ବୋମା ବିସ୍ଫୋରଣ ହେଉଥିଲା, ସେତେବେଳେ କଂଗ୍ରେସ ଓ ଏନସିପି ସରକାର କେବଳ ଶୋକସଭା କରି ବିଶ୍ବରେ ପାକିସ୍ତାନର ନାଁ ନେଇ କେବଳ କାନ୍ଦୁଥିଲେ। ଆଜି ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଜଣାଅଛି ଯଦି ଦେଶରେ କୌଣସି ଭାଗରେ ସେମାନେ ବିସ୍ଫୋରଣ କରନ୍ତି, ତେବେ ଏ ମୋଦି ଅଛି, ଏ ମୋଦି ତାଙ୍କୁ ପାତାଳରୁ ମଧ୍ୟ ଖୋଜିକି ବାହାର କରି ଦଣ୍ଡ ଦେବ, ତାଙ୍କୁ ଶେଷ କରିବ।’ ଏହି ସମୟରେ ମୋଦି କହିଛନ୍ତି କେବଳ ସରକାର ନୁହେଁ, ବଂର ପ୍ରତ୍ୟେକ ଭାରତୀୟ ମଧ୍ୟ ଗର୍ବର ସହ ଛାତି ଫୁଲେଇ ଠିଆ ହୋଇଛି।

ନିର୍ବାଚନରେ ସମସ୍ତ ନାଗରିକଙ୍କୁ ଭୋଟ ଦେବା ନେଇ ପୁଣିଥରେ ମୋଦି ଏହି ସମୟରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆପଣଙ୍କ ଭୋଟ ହେଉଛି ଆପଣଙ୍କର ଶକ୍ତି, ଆଜି ଭାରତ ନିଜର ସାମନାରେ ଥିବା ଚ୍ୟାଲେଞ୍ଜକୁ ସାମନା କରୁଛି। ଏହି ସମୟରେ ମୋଦି ନିଜ ସରକାରଙ୍କ କାମର ମଧ୍ୟ ହିସାବ ଦେଇଥିଲେ। କହିଥିଲେ ସାରା ବିଶ୍ବରେ ଆଜି ଭାରତ ସଫଳତାର  ଶିଖରରେ ପହଁଞ୍ଚି ଯାଇଛି। କେହି ବି ଭାରତ ଆଡକୁ ଆଖି ଉଡାଇ ଦେଖିବାକୁ ୧୦୦ ଥର ଭାବିବେ।

ସମ୍ବନ୍ଧିତ ଖବର