ଭାରତୀୟ ରାଜନୀତିରେ ପିଏମ୍ ମୋଦିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ ୧୩/୮: ପିଏମ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ୍ ୧୩ ଅଗଷ୍ଟରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିବା ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଏହା ସହିତ ଅଣ-କଂଗ୍ରେସ ନେତା ଭାବେ ଦେଶରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ମଧ୍ୟ ସେ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ବିଜେପିରେ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଥିଲା । ଅଟଳ ନିଜ ସମସ୍ତ କାର୍ଯ୍ୟକାଳ ମିଶାଇ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ । ଗୁରୁବାର ପିଏମ ମୋଦି ସେହି ରେକର୍ଡକୁ ଭାଙ୍ଗି ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି । ପିଏମ ମୋଦି ଏଥର ଲଗାତର ୭ମ ଥର ୧୫ ଅଗଷ୍ଟରେ ଲାଲକିଲ୍ଲା ପ୍ରାଚୀରରେ ପତାକା ଉତ୍ତୋଳନ କରିବେ ।

ଭାରତୀୟ ରାଜନୀତିରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାଁରେ ରହିଛି । ସେ ଦେଶର ସ୍ୱାଧୀନତାଠୁ ଆରମ୍ଭ କରି ନିଜ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୨୭ ମେ ୧୯୬୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ସମୁଦାୟ ୧୬ ବର୍ଷ ୨୮୬ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ ।

ପଣ୍ଡିତ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀ ଓ ଡଃ ମନମୋହନ ସିଂହ ସର୍ବାଧିକ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ । ତାଙ୍କ ପରେ ଚତୁର୍ଥ ସ୍ଥାନରେ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏହି ରେକର୍ଡ ରହିଥିଲା । ସେ ନିଜ ସମସ୍ୟ କାର୍ଯ୍ୟକାଳ ମିଶାଇ ପ୍ରାୟ  ସାଢେ ୬ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ଭୂଷିତ ଥିଲେ । ପିଏମ ମୋଦି ଏବେ ବାଜପେୟୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।

୨୦୧୪ରେ ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ସହିତ ପ୍ରଥମ ଥର ବିଜେପି କ୍ଷମତାକୁ ଆସିଲା । ପିଏମ ମୋଦି ୨୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ପରେ ୨୦୧୯ର ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ବିଜେପି କ୍ଷମତାକୁ ଆସିଲା ଏବଂ ମୋଦି ପୁଣି ଦେଶର ପ୍ରଧାନମନ୍ତ୍ରୀ ପାଲଟିଲେ । କହିରଖୁଛୁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପିଏମ୍ ନରେନ୍ଦ୍ର ମୋଦି ଗୁଜରାତର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଗୁଜରାତର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା