PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମୋଦୀଙ୍କ ରାଲି ସରିବା ପରେ ଉଡିଗଲା ଲୋକଙ୍କ ହୋସ୍, ଭାଷଣ ଚାଲିଥିବାବେଳେ ହୋଇଗଲା ପକେଟମାର୍

ନୂଆଦିଲ୍ଲୀ, ୨୨|୧୨:  ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ପୁରା ମଇଦାନରେ ଗହଳି ଦେଖାଦେଇଥିଲା। ଗୋଟିଏ ପଟେ ଲୋକମାନେ ମୋଦୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଭାଷଣ ଶୁଣିବାରେ ବ୍ୟସ୍ତ ଥିଲେ, ଅନ୍ୟ ପଟେ କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ତାଙ୍କର ହୋସ୍ ଉଡିଯାଇଥିଲା। ସେମାନେ ପକେଟ୍ ମାରର ଶିକାର ହୋଇଥିବା ଜାଣିପାରିଥିଲେ।

ରାମଲୀଳା ମଇଦାନରେ ଗହଳି ଥିବା ବେଳେ ପକେଟମାର୍ ଏହାର ସୁଯୋଗ ନେଇଥିଲେ। ଏଠାକୁ ଦେଶର କୋଣଅନୁକୋଣରୁ ଲୋକ ଆସିଥିଲେ। ତେବେ ବିଭିନ୍ନ ଲୋକ ଲୁଟର ଶିକାର ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦୁର୍ବୃତ୍ତମାନେ ସେମାନଙ୍କ କାଣ୍ଡ ଆରମ୍ଭ କରିଦେଇଥିଲେ। ମୋଦୀଙ୍କ ଭାଷଣ ସରିବା ପରେ ଲୋକମାନଙ୍କର ପକେଟ୍ କଟାଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସେମାନେ ଆବାକ୍ ହୋଇଯାଇଥିଲେ।

ପକେଟମାରଙ୍କ ଏହି କାଣ୍ଡ ପରେ ଉପସ୍ଥିତ ଲୋକଙ୍କ ଚିନ୍ତା ବଢିଯାଇଥିଲା। କେତେକ ଲୋକ ଅପେକ୍ଷା କରି ଥକିଯାଇଥିଲେ। ଫଳରେ ମୋଦୀଙ୍କ ଭାଷଣ ଚାଲିଥିବା ବେଳେ ଅନେକ ଚାଲିଯାଇଥିଲେ।