ପ୍ୟାରିସରେ କହିଲେ ମୋଦି:ନୂତନ ଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍ ଓ ପରିବାରବାଦର ସ୍ଥାନ ନାହିଁ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ପ୍ୟାରିସରେ  ଥିବା ୟୁନେସ୍କୋର ମୁଖ୍ୟାଳୟରେ ସେଠାରେ ଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦ କହିଥିଲେ ନୂତନ ଭାରତରେ ନୂତନ ଭାରତରେ ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏହାପରେ ତିନି ତଲାକ୍ ପ୍ରସଙ୍ଗ ନେଇ ମୋଦି କହିଥିଲେ ତିନି ତଲାକ୍ ଏକ ଅମାନବୀୟ ପ୍ରବୃତ୍ତି, ନାରୀ ସମ୍ମାନ ଓ ଏହା ଉପରେ ଜୀବନ ସାରା ତିନି ତଲାକର ଖଣ୍ଡା ଲଟକି ରହିଥିଲା, ଆମେ ଏହାକୁ ଶେଷ କରିଦେଇଛୁ। କେହି ମାନନ୍ତୁ କିମ୍ବା ନମାନ୍ତୁ, କେହି ଲେଖନ୍ତୁ କିମ୍ବା ନଲେଖନ୍ତୁ ,କେହି କୁହନ୍ତୁ କିମ୍ବା ନକୁହନ୍ତୁ କୋଟି କୋଟି ଝିଅଙ୍କ ଆର୍ଶିବାଦ ଶହଶହ ବର୍ଷ ଧରି ଭାରତର ମଙ୍ଗଳ କରିବ ବୋଲି କହିଛନ୍ତି ମୋଦି। ପ୍ୟାରିସରେ ମୋଦି ଭାଷଣ ଦେଉଥିବା ସମୟରେ ସେଠାରେ ଥିବା ଭାରତୀୟ ଲୋକମାନେ ‘ମୋଦି ହୈ ତୋ ମୁମକିନ୍ ହୈ’ ସ୍ଲୋଗାନ ଦେବାରେ ଲାଗିଥଲେ।ଏହାପରେ ମୋଦି କହିଥିଲେ, ଏହା ହେଉଛି ସେହି କାରଣ , ଯେଉଁଥିପାଇଁ ଦେଶବାସୀ ପ୍ରଚଣ୍ଡ ଜନାଦେଶ ଦେଇ ଆମର ସରକାର ଗଠନ କରିଛନ୍ତି।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…