ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଶିଳ୍ପସଂସ୍ଥାଙ୍କୁ ମୋଦିଙ୍କ ଆଶ୍ୱାସନା: ଭୟ କରନି, ପୁଣି ଉଠିବା

ନୂଆଦିଲ୍ଲୀ ୨୧/୧୨: ଘରୋଇ ଅର୍ଥ ବ୍ୟବସ୍ଥାରେ ଦେଖାଦେଇଥିବା ମାନ୍ଦାବସ୍ଥା ବେଶିଦିନ ରହିବ ନାହିଁ । ତାହା ଶୀଘ୍ର ଅପସରିଯିବ ଏବଂ ଆମେ ପୁଣି ଉଠିବା । ଭାରତୀୟ ଅର୍ଥନୀତିର ଏକ ବିଶେଷତ୍ୱ ରହିଛି । ଏହା ମାନ୍ଦାବସ୍ଥାରୁ ମୁକୁଳି ପୁଣି ଦ୍ରୁତ ଅଭିବୃଦ୍ଧି ଅଭିମୁଖେ ଅଗ୍ରସର ହେବ । ତେଣୁ ଆଦୌ ଭୟ ନ କରି ବିପୁଳ ପୁଞ୍ଜିନିବେଶ ଉପରେ ଧ୍ୟାନ ଦିଅ । ଶିଳ୍ପସଂସ୍ଥାଙ୍କ ପୁଞ୍ଜି କିଭଳି ସୁରକ୍ଷିତ ରହିବ, ତାହା ଚିନ୍ତା କରିବା ସରକାରଙ୍କ କାମ । ଘରୋଇ କର୍ପୋରେଟ୍‌ ଜଗତକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଆଶ୍ୱାସନା ଦେଇଛନ୍ତି ।

{"id":71378,"width":716,"height":464,"sizeSlug":"large"}

ଅର୍ଥ ବ୍ୟବସ୍ଥାରେ ଏବେ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଆଶ୍ୱାସନା ଉଦ୍ୟୋଗପତିଙ୍କ ମଧ୍ୟରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି । ଦେଶର ଅର୍ଥନୈତିକ ବିକାଶ ହାର ଆର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସରେ ୪.୫%କୁ ଖସିଆସିଛି, ଯାହାକି ୬ ବର୍ଷର ସର୍ବନିମ୍ନ ସ୍ତର । ବିନିର୍ମାଣ କ୍ଷେତ୍ର ଦୁର୍ବଳ ହେବା ସହ ଖାଉଟି ଚାହିଦା ଏବଂ ଘରୋଇ ନିବେଶ କମିବା ଫଳରେ ଏହା ସଙ୍କୁଚିତ ହୋଇଛି । ଦେଶର ଜିଡିପି ଅଭିବୃଦ୍ଧି ଆହୁରି ଖସିବ ବୋଲି ବିଭିନ୍ନ ରେଟିଙ୍ଗ୍‌ ସଂସ୍ଥା ଆଶଙ୍କା କଲେଣି । ଏଭଳି ପରିସ୍ଥିତିରେ ଶିଳ୍ପପତିଙ୍କ ମନରେ ସାହସ ଭରିବା ପାଇଁ ମୋଦି ଏହି ଆଶ୍ୱାସନା ଦେଇଛନ୍ତି ।

{"id":65700,"width":715,"height":402,"sizeSlug":"large"}

ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଭିତ୍ତିଭୂମି କ୍ଷେତ୍ର ପାଇଁ ଆଗାମୀ ବର୍ଷଗୁଡ଼ିକରେ ୧୦୦ ଲକ୍ଷ କୋଟି ଟଙ୍କା ବ୍ୟୟ ହେବାକୁ ଯାଉଛି । ସେହିଭଳି ଗ୍ରାମୀଣ ଅର୍ଥନୀତି ଉପରେ ଆଉ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚିବ ।

ମୋଦି କହିଛନ୍ତି, ବର୍ତ୍ତମାନ ଦେଶରେ ଯେଉଁ ପ୍ରକାର ଆଲୋଚନା (ବର୍ତ୍ତମାନର ଅର୍ଥନୈତିକ ମାନ୍ଦାବସ୍ଥା) ହେଉଛି, ସେ ନେଇ ମୁଁ ଭଲ ଭାବେ ଅବଗତ। ମାନ୍ଦାବସ୍ଥାକୁ ନେଇ ଯେଉଁ ପ୍ରକାର ମତ ପ୍ରକାଶ ପାଉଛି, ମୁଁ ତାହାକୁ ଚାଲେଞ୍ଜ୍‌ କରିବାକୁ ଚାହୁଁନାହିଁ। ବରଂ ଏଭଳି ପରିସ୍ଥିତିରେ ମୁଁ କେବଳ ସକାରାତ୍ମକ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି । ତାଙ୍କ କହିବାନୁଯାୟୀ ଘରୋଇ ଅର୍ଥ ବ୍ୟବସ୍ଥାର ଏକ ବିଶେଷ ଗୁଣାବଳି ରହିଛି। ମାନ୍ଦାବସ୍ଥା ଏଠାରେ ବେଶିଦିନ ଧରି ଆଦୌ ରହିନାହିଁ। ଏହା ସବୁବେଳେ ଅସ୍ଥାୟୀ ରହିଛି । ପୂର୍ବର ଉପା ସରକାର ବେଳେ ଗୋଟିଏ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୩.୫%କୁ ଖସିଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ୯.୪% ରହିଥିଲା ବେଳେ ପାଇକାରୀ ମୁଦ୍ରାସ୍ଫୀତି ୫.୨% ରହିଥିଲା। ଏମିତି କି ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୫.୬%କୁ ବୃଦ୍ଧି ପାଇଥିଲା । ସେତେବେଳେ ବି ଏହା ସ୍ଥାୟୀ ନଥିଲା ଏବଂ ଅର୍ଥନୀତି ପୁଣି ଅଭିବୃଦ୍ଧି ଯାତ୍ରାରେ ଯାଇଥିଲା । ତେବେ ସେତେବେଳେ ତ୍ରୈମାସ ପରେ ତ୍ରୈମାସ ଜିଡିପି ହାର କମୁଥିବା ବେଳେ କିଛି ଲୋକ କାହିଁକି ଚୁପ୍‌ ରହୁଥିଲେ ବୋଲି ମୋଦି ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧିରେ ଉତ୍‌ଥାନ ପତନ ଲାଗି ରହିଛି । ଅତୀତରେ ଏହାର ଅନେକ ନଜିର ରହିଛି । ଭାରତ ବର୍ତ୍ତମାନର ପରିସ୍ଥିତିରୁ ମୁକୁଳିବା ପାଇଁ ଯଥେଷ୍ଟ ସାମର୍ଥ୍ୟ ରଖିଛି । ଖୁବ୍‌ଶୀଘ୍ର ଏହା ଦ୍ରୁତ ଅଭିବୃଦ୍ଧି ପଥେ ଅଗ୍ରସର ହେବ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଭାରତର କିଛି ସଫଳତା ବାବଦରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ବିଶ୍ୱ ବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ତାଲିକାରେ ଭାରତ ଏକଦା ୧୯୦ ରାଷ୍ଟ୍ର ମଧ୍ୟରେ ୧୪୨ତମ ସ୍ଥାନରେ ରହିଥିଲା । ଏବେ ଏହା ୬୩ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ଫଳରେ ଭାରତରେ ପୁଞ୍ଜି ଖଟାଇବା ପାଇଁ ବିଦେଶୀ ଉଦ୍ୟୋଗପତି ଆଗେଇ ଆସୁଛନ୍ତି । ଦେଶକୁ ଏଫ୍‌ଡିଆଇ ଆଗମନ ବୃଦ୍ଧି ପାଉଛି ।

ଦେଶକୁ ଏଭଳି ସଫଳତା ସହଜରେ ମିଳିନାହିଁ । ଲୋକଙ୍କ କ୍ରୋଧ ଏବଂ ଅଭିଯୋଗର ସାମ୍ନା ବିନା ଏହା ସମ୍ଭବ ନଥିଲା। ଏମିତି କି ଆମକୁ କିଛି ଗୋଷ୍ଠୀ କର୍ପୋରେଟ୍‌ ଏଜେଣ୍ଟ ବୋଲି କହୁଥିଲେ । କିନ୍ତୁ ସେମାନେ ବୁଝିବା ଉଚିତ ଯେ ଆମେ ୧୩୦ କୋଟି ଭାରତୀୟଙ୍କ ଏଜେଣ୍ଟ । ସେମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆମେ କାମ କରୁଛୁ ବୋଲି ମୋଦି କହିଛନ୍ତି ।
ବ୍ୟବସାୟୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କମ୍ପାନି ଆଇନରେ ଅନେକ ସଂଶୋଧନ ଅଣାଯାଇଛି । ଏହି ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ ନିବେଶକଙ୍କୁ କୌଣସି ଭୁଲ ପାଇଁ ଅପରାଧୀ ବିବେଚନା କରାଯିବ ନାହିଁ । ଆଇନରେ ଆହୁରି ସଂଶୋଧନ ଅଣାଯିବ । ଏହିସବୁ ନିଷ୍ପତ୍ତି ଦ୍ୱାରା କର୍ପୋରେଟ୍‌ ଜଗତ ଏବଂ ସେମାନଙ୍କ ପୁଞ୍ଜିକୁ ସୁରକ୍ଷିତ ରଖାଯାଇ ପାରିବ ।

ବ୍ୟାଙ୍କ ଓ କର୍ପୋରେଟ୍‌ ଜଗତ ମାନ୍ଦାବସ୍ଥାରୁ ମୁକୁଳି ପାରିବେ ଏବଂ ସେମାନେ ଦ୍ରୁତ ଅଭିବୃଦ୍ଧି ହାସଲ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ । ସେମାନେ ନିର୍ଭୀକ ଭାବେ ନିବେଶ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ଆବଶ୍ୟକ । ସେହିଭଳି ଆଇନ ମୁତାବକ ଯେ କୌଣସି ବାଣିଜ୍ୟିକ ନିଷ୍ପତ୍ତି ନିଆଯିବ, ତାହା ଉପରେ କେହି ଅଙ୍ଗୁଳି ଉଠାଇବେ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ମୋଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.