ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ଅପ୍ ପାଇଁ ପ୍ରତି ମାସରେ ଖର୍ଚ୍ଚ ହୁଏ ଏତିକି ଲକ୍ଷ ଟଙ୍କା, ଭିଡ଼ିଓ ହେଲା ଭାଇରାଲ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ତାହା ପୁଣି ପୁରା ପ୍ରମାଣ ସହିତ। ଏଥିରେ ଦର୍ଶାଯାଇଛି ଯେ, ପ୍ରତି ମାସରେ ମୋଦୀଙ୍କ ମେକ୍ଅପ୍ ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।

ଏହା ଆମେ କହୁନୁ, ପାଖାପାଖି ୪୫ ସେକେଣ୍ଡର ଏହି ଭାଇରାଲ ଭିଡ଼ିଓରେ ଏହା ପ୍ରମାଣ କରାଯାଉଛି ଯେ ମୋଦୀଙ୍କ ମେକ୍ଅପ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି। ଯେଉଁଥିରେ କିଛି ବ୍ୟୁଟିସିଆନ୍ ଏବଂ ଷ୍ଟାଇଲିଷ୍ଟ ନରେନ୍ଦ୍ର ମୋଦୀଙ୍କୁ କେଉଁଭଳି ଭାବେ ମେକଅପ୍ କରାଯାଉଛି। ଟ୍ବିଟର ଏବଂ ଫେସବୁକ୍ରେ ଏହି ଭିଡ଼ିଓକୁ କିଛି ଦର୍ଶକ ହଜାରେ ଥର ଦେଖିସାରିଲେଣି ଏବଂ ସେୟାର ମଧ୍ୟ କରାଯାଉଛି।

ଅଧିକାଂଶ ଲୋକ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ସହିତ ଏମିତି ବି କିଛି ଲେଖିଛନ୍ତି, ‘ନରେନ୍ଦ୍ର ମୋଦୀ ଗରୀବ ଲୋକର ପୁଅ। ମେକ୍ଅପ୍ କରୁଛି।‘ ଆରଟିଆଇ ଜରିଆରେ ଏହା ଖୁଲାସା ହୋଇଛି କି ମୋଦୀଙ୍କ ଶୃଙ୍ଗାର ପାଇଁ ବ୍ୟୁଟିସିଆନକୁ ୮୦ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି।   

ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଉଛି ତାହା ୨୦୧୬ ମସିହା ମାର୍ଚ୍ଚ ମାସର ବୋଲି କୁହାଯାଉଛି। ଏହି ଭିଡ଼ିଓକୁ ଲଣ୍ଡନ ସ୍ଥିତ ମହଶୁର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍ ସେୟାର କରିଥିଲେ।

ଗୁରୁଗ୍ରାମର କଂଗ୍ରେସର ଜଣେ ଅଧିକାରୀଙ୍କ ଫେସବୁକ୍ ଫେଜ୍ ରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଯାହାକୁ ପ୍ରାୟ୯୫ହଜାର ଥର ଦେଖାଯାଇସାରିଲାଣି ।

ଯେଉଁ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାହା ସତ୍ୟ ମାତ୍ର ଏହାକୁ ଭୁଲ୍ ଭାବେ ଭାଇରାଲ୍ କରାଯାଉଛି । ଭିଡିଓରେ ଥିବା ବ୍ୟୁଟିସିଆନ୍ ମୋଦିଙ୍କ ବ୍ୟକ୍ତିଗତ ବ୍ୟୁଟିସିଆନ୍ ନୁହଁନ୍ତି ।

ଯେଉଁ ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ଅପ୍ ଭିଡିଓ ବୋଲି କୁହାଯାଉଛି ତାହା  ୨୦୧୬ ମସିହା ମାର୍ଚ୍ଚ ମାସର । ଏହି ଭିଡିଓକୁ ଲଣ୍ଡନ ସ୍ଥିତ ମଶହୁର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍ ସେୟାର କରିଥିଲା । ମ୍ୟୁଜିୟମ୍ ଅନୁସାରେ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହମ କଣ୍ଡେଇର ମାପ ନେବା ସମୟରେ ସୁଟିଂ କରାଯାଇଥିଲା । ମ୍ୟୁଜିୟମ୍ ର ୨୦ଜଣ କାରିଗର ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବକୁ ଆସିଥିଲେ । ୪ମାସ ମଧ୍ୟରେ ମୋଦିଙ୍କ ମହମ କଣ୍ଢେଇ ନିର୍ମାଣ କରିଥିଲେ ।  ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହମ କଣ୍ଢେଇ ୨୮ ଅପ୍ରେଲ ୨୦୧୬ରେ ସ୍ଥାପନ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା