PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଜି ୬ କୋଟି ଚାଷୀଙ୍କୁ ପିଏମ୍‌ କିଷାନ ସ୍କିମ୍‌ରେ ଟଙ୍କା ପ୍ରଦାନ କରିବେ ମୋଦି

ନୂଆଦିଲ୍ଲୀ ୦୨/୦୧: ପିଏମ୍‌ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଅଧୀନରେ ହିତାଧିକାରୀ ଚାଷୀମାନେ ଆଜି ସେମାନଙ୍କ ଟଙ୍କା ପାଇବେ । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଇଲେକ୍ଟ୍ରୋନିକ୍‌ ପଦ୍ଧତିରେ ପ୍ରଦାନ କରିବେ । କର୍ଣ୍ଣାଟକର ତୁମାକୁରୁ ସହରରେ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ହଜାର ହଜାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବେ ବୋଲି ଗୃହମନ୍ତ୍ରୀ ଭି ସୋମାନ୍ନା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ପିଏମ୍‌ କିଷାନ ସ୍କିମ୍‌ ଶୁଭାରମ୍ଭ କରିଥିଲେ । ଦୁଇଟି କିସ୍ତି ଦିଆସରିଛି । ସ୍କିମ୍‌ର ଶେଷ କିସ୍ତି ଭାବେ ଗୁରୁବାର ସବୁ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯିବ । ଲୋକସଭା ନିର୍ବାଚନ ପୂର୍ବରୁ ଗତବର୍ଷ ଅନ୍ତରୀଣ ବଜେଟ୍‌ରେ ଏହି ସ୍କିମ୍‌ ଘୋଷଣା କରାଯାଇଥିଲା । ଏହି ସ୍କିମ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଦେଶର ୧୨ କୋଟି ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ।

ସମ୍ବନ୍ଧିତ ଖବର