ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ସବୁଠୁବଡ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ, ପ୍ରଥମଦିନ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା…

ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ହେଉଥିବା ଯୁଦ୍ଧରେ ଭାରତ ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛି । ଜାନୁଆରୀ ୧୬ ରୁ ଦେଶରେ ବିଶ୍ୱର ସର୍ବବୃହତ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବେ । ଆଉ ସବୁଠାରୁ ବଡକଥା ହେଉଛି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ପ୍ରସ୍ତୁତ ହେଉଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍‌ସିନର ଜରୁରୀକାଳୀନ ବ୍ୟବହାରକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଟୀକାକରଣ କରିଥିବା କିଛି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି । ଏହା ସହିତ ମୋଦି କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ ଲଞ୍ଚ କରିପାରନ୍ତି ବୋଲି ଏକ ସମ୍ଭାବନା ରହିଛି । ଏହି ଆପ୍ ମାଧ୍ୟମରେ ଟିକା ବିତରଣ ମନିଟରିଂ ଏବଂ ବିତରଣ ଉପରେ ନଜର ରଖାଯିବ । ଟିକା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ ।  

ତେବେ ଏହି ଟିକା କାର୍ଯ୍ୟକ୍ରମ ଶନିବାର ଦିନ ୩ ହଜାର କେନ୍ଦ୍ରରେ ଆରମ୍ଭ ହେବ, ଯାହାର ସଂଖ୍ୟା ଭବିଷ୍ୟତରେ ୫ ହଜାରକୁ ବୃଦ୍ଧି ପାଇବ । ପ୍ରଥମ ଦିନରେ ୨୯୩୪ କେନ୍ଦ୍ରରେ ୩ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯିବ । ପ୍ରତ୍ୟେକ ଟୀକାକରଣ ଅଧିବେଶନରେ ସର୍ବାଧିକ ୧୦୦ ଲୋକଙ୍କୁ ଟୀକାକରଣ କରାଯିବ। ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୌଣସି କେନ୍ଦ୍ରରେ ଅସ୍ୱାଭାବିକ ଭାବରେ ଟିକା ସଂଖ୍ୟା ବୃଦ୍ଧି ନକରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏଥି ସହିତ ୧୦ ପ୍ରତିଶତ ଟିକା ସଂରକ୍ଷଣ ରଖିବାକୁ କୁହାଯାଇଛି ।