କରୋନା ମହାମାରୀ ନେଇ ଆଜି NAMର ଭର୍ଚୁଆଲ ସମିଟ୍, ସାମିଲ ହେବେ ମୋଦି

ପ୍ରଧାନମନ୍ତ୍ରୀ,୪।୫  ; ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦି ସୋମବାର  ନନ୍ ଆଲାଏଡ ମୁଭମେଣ୍ଟ  (NAM) ଦେଶର ଭର୍ଚୁଆଲ ସମ୍ମିଳନୀରେ ସାମିଲ ହେବେ। ଏହି ସମ୍ମିଳନୀ  କରୋନା ଭାଇରସ୍ ସଂକ୍ରମଣ ପାଇଁ  ସାରା  ବିଶ୍ବରେ ସଂକ୍ରମଣରୁ ଉପୁଜି ଥିବା ବିପଦ ନେଇ ଚର୍ଚ୍ଚା କରାଯିବ। କରୋନା ସଂକ୍ରମଣରେ  NAM ର ସଦସ୍ୟ  ଦେଶ ,ଏବେ ସଂଗ୍ରାମ କରୁଛନ୍ତି। ସମ୍ମିଳନୀରେ NAM ର ସଦସ୍ୟ ଦେଶଙ୍କ ଭିତରେ କରୋନା  ବିରୋଧ  ଲଢେଇ ରେ ସହଯୋଗ ବଢାଇବା ଓ ଏହାର ସମାଧାନ ବାହାର କରିବା ଉପରେ ଚର୍ଚ୍ଚା କରାଯିବ। ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି ସମ୍ମିଳନୀ  ଆୟୋଜନ କରାଯିବ।

କରୋନା ଉପରେ ଆ​‌ୟୋଜିତ  ଏହି ଅନଲାଇନ୍ ସମ୍ମଳନୀରେ NAM ର ସଦସ୍ୟ ଦେଶର ରାଜନୈତିକ ଦସ୍ତାବିଜ୍ ଜାରି କରାଯିବ, ଯାହାର ବିଷୟବସ୍ତୁ ହେବ କୋଭିଡ୍‌-୧୯ ବିରୋଧରେ ଏକଜୁଟତା।  ଦସ୍ତାବିଜରେ ଏହି ବିଷୟରେ ଚର୍ଚ୍ଚା ହେବ ଯେ, ଏନଏଏମର ସଦସ୍ୟ ଦେଶ କରୋନା ବିରୋଧ ଯୁଦ୍ଧରେ କିଭଳି ନିଜ ଭିତରେ ସହଯୋଗ ରଖିପାରିବେ ଓ ମଣିଷ ସମାଜ ଆଗରେ ବିପଦ ସୃଷ୍ଟି କରିଥିବା କରୋନାର ଚିକିତ୍ସା ଖୋଜିବା।

NAM ର ଏହି ଭର୍ଚୁଆଲ ସମ୍ମଳନୀରେ ପାକିସ୍ତାନ ମଧ୍ୟ ସାମିଲ ହୋଇପାରେ। ପାକିସ୍ତାନର ରାଷ୍ଟ୍ରପତି ଆରିଫ୍ ଅଲବୀ ଏହି ଡିଜିଟାଲ ପ୍ଲାଟଫର୍ମରେ ନିଜ ଦେଶର ପ୍ରତିନିଧିତ୍ବ  କରିବେ। ଏହି ସମ୍ମଳନୀ ଆଗମୀ ଦିନରେ କରୋନା ନିୟନ୍ତ୍ରଣ କରିବା ଦିଗରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ତେବେ କିଛି ବର୍ଷ ପୂର୍ବେ ଏହାର ଶକ୍ତି ଆହୁରି ଅଧିକ ଥିଲା। NAM ର ଜାତିସଂଘ ପରେ ଦ୍ବିତୀୟ ବଡ ରାଜନୀତି ସଂଗଠନ ଅଟେ। ଏହା ସହିତ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ୧୨୦ ବିକାଶୀଳ ଦେଶ ରହିଛନ୍ତି।

   ସମ୍ବନ୍ଧିତ ଖବର


ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼