ବିଦେଶରୁ ଫେରି ଜେଟଲୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମୋଦି,ବନ୍ଧୁଙ୍କ କଥା ମନେପକାଇ ହେଲେ ଇମୋସନାଲ

ନୂଆଦିଲ୍ଲୀ,୨୭।୮: ବିଦେଶ ଗସ୍ତରୁ ଫେରିବା ପରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲିଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମୋଦିଙ୍କ ସହିତ ଏହି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ।ପୂର୍ବତନ କେନ୍ଦ୍ରଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ଗତ ୨୪ରେ ଦୀର୍ଘ ଦିନର ଚିକିତ୍ସା ପରେ ଏମ୍ସରେ ପରଲୋକ ଘଟିଥିଲା। ଜେଟଲୀଙ୍କ ପରଲୋକ ସମୟରେ ମୋଦି ବିଦେଶ ଗସ୍ତରେ ଥିଲେ। ଆଜି ଜେଟଲୀଙ୍କ ପରିବାର ଲୋକଙ୍କୁ ଦେଖା କରିବା ପରେ ମୋଦି ନିଜର ବନ୍ଧୁଙ୍କୁ ମନେପକାଇ ଭାବପ୍ରବଣ ହୋଇପଡିଥିବାର ଦେଖିବାକୁ ମିଳିଥିଲା। ଜେଟଲୀଙ୍କୁ ତାଙ୍କ ଘରେ ମୋଦି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଜେଟଲିଙ୍କ ପରଲୋକ ସମୟରେ ମୋଦି ବହରିନରେ ଥିଲେ। ଏହି ଖବର ଜାଣିବା ପରେ ଜେଟଲୀଙ୍କୁ ମନେପକାଇ କହିଥିଲେ,ଆଜି ମୋର ଜଣେ ଭଲ ବନ୍ଧୁଙ୍କୁ ହରାଇଲି।

ଜେଟଲିଙ୍କ ପରଲୋକ ସମ୍ପର୍କରେ ଜାଣିବା ପରେ ଜେଟଲୀଙ୍କ ଘରକୁ ଫୋନ୍ କରିଥିଲେ ମୋଦି। ଏହି ସମୟରେ ଜେଟଲୀଙ୍କ ପତ୍ନୀ ସଂଗୀତା ତାଙ୍କୁ ବିଦେଶ ଗସ୍ତ ମଝିରୁ ଛାଡ଼ି ନଆସିବାକୁ କହିଥିଲେ। ମୋଦି ବାହାରିନରେ ଭାରତୀୟ ସମୂଦାୟଙ୍କୁ ସମ୍ବୋଧିତ କରୁଥିବାବେଳେ ଅରୁଣ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ। ମୋଦି କହିଥିଲେ ଯେ ମୁଁ ଏକ କଷ୍ଟ ଚପାଇ ଆପଣଙ୍କ ମଧ୍ୟରେ ଠିଆ ହୋଇଛି। ବିଦ୍ୟାର୍ଥୀ ଜୀବନରୁ ନେଇ ରାଜନୈତିକ ଜୀବନ ପର୍ଯ୍ୟନ୍ତ ଯାହା ସହିତ ମିଶି ଚାଲିଥିଲି ସେ ମୋତେ ଏବଂ ଦେଶକୁ ଛାଡ଼ି ଚାଲିଯାଇଛି। ମୁଁ ଏତେ ଦୂରରେ ବସିଛି ଓ ମୋ ସାଙ୍ଗ ଚାଲିଯାଇଛି, ତାହା କଳ୍ପନା କରିପାରୁନାହିଁ। ଗୋଟିଏ ପଟେ କର୍ତ୍ତବ୍ୟ ଏବଂ ଅନ୍ୟପଟେ ସାଙ୍ଗ, ତେଣୁ ଭାବନା ଓ କର୍ତ୍ତବ୍ୟର ଦ୍ବନ୍ଦ ଭିତରେ ରହିଛି ବୋଲି କହିଥିଲେ ମୋଦି।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…