ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୨୦/୦୫ :  ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ସକାଳୁ ସକାଳୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିଛନ୍ତି । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ୍‌ ସୋ’  କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରିଛି ଜିଲ୍ଲା ପୁଲିସ୍‌ । ତାଳବଣିଆଠୁ  ଆରମ୍ଭ କରି ସିଟି ରୋଡ୍‌, ଭିଭିଆଇପି ରୋଡ୍‌, ମେଡିକାଲ୍‌ ଛକ ଓ ସିଂହଦ୍ୱାର ପର୍ଯ୍ୟନ୍ତ ସୁରକ୍ଷା ବଳୟରେ ରଖାଯାଇଛି । 

ମୋଦି ସୋମବାର ସକାଳ ସାଢ଼େ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡ୍‌ରେ ସ୍ୱତନ୍ତ୍ର ହେଲିକପ୍ଟରରେ ଅବତରଣ କରିଥିଲେ । ସେଠାରୁ ସିଧାସଳଖ କାରକେଡ୍‌ ସିଟି ରୋଡ୍‌, ସୁଭାଷ ବୋଷ ଛକ ଓ ମେଡିକାଲ ଛକ ଦେଇ ସିଂହଦ୍ୱାରରେ ପହଞ୍ଚବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପାଖାପାଖି ୪୦ ମିନିଟ୍‌  ମନ୍ଦିର ପରିସରରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତର ୧ ଘଣ୍ଟା ପୂର୍ବରୁ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ ମରିଚିକୋଟ  ଛକଠାରୁ ଆରମ୍ଭ ହେବ । ସକାଳ ୮ଟା ୧୫ରୁ ରୋଡ୍‌ ସୋ’ ଆରମ୍ଭ ହୋଇ ୯ଟାରେ  ମେଡିକାଲ୍‌ ଛକରେ ଶେଷ ହେବ । ପରେ  ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ  ରଖି ୩ଜଣ ଏସ୍‌ପି, ୮ଜଣ ଅତିରିକ୍ତ ଏସ୍‌ପି,  ୨୨ଜଣ ଡିଏସ୍‌ପି, ୪୨ଜଣ ଇନ୍‌ସପେକ୍ଟର, ୧୦୯ଜଣ ସବ୍‌ ଇନ୍‌ସପେକ୍ଟର, ୩୪ଜଣ  ହାବିଲଦାର୍‌, ୨୦୨ଜଣ କନେଷ୍ଟବଳ,  ୨୫୦ଜଣ ହୋମଗାର୍ଡଙ୍କ ସମେତ ୬୩  ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.