ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସର୍ଜିକାଲ ଷ୍ଟ୍ରାଇକ୍ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ବସି ରଖୁଥିଲେ ଟିକିନିକି ଖବର ...

ନୂଆଦିଲ୍ଲୀ,୨୬।୨: ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ଆରମ୍ଭ କରୁଥିଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନର ସାଉଥ ବ୍ଲକ୍‌ରେ ବସି ପୂରା ଅପରେସନ୍‌ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅପରେସନ୍‌ କାଳରେ ପ୍ରତି ମୁହୂର୍ତ୍ତର ଟିକିନିକି ଖବର ରଖୁଥିଲେ। ପାକିସ୍ତାନ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ଆରମ୍ଭ କରୁାଯିବା ପୂର୍ବରୁ ଏସଂପର୍କରେ ସବିଶେଷ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଭଲ ରୂପେ ବୁଝାଇ ଦେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ। ଏଥିସହ ଏହି ଅପରେସନ୍‌ ଆରମ୍ଭ ହେବା ପୂର୍ବରୁ ଏହି ଅପରେସନ୍‌ର ନେତୃତ୍ୱ ନେଇଥିବା ଭାରତୀୟ ବାୟୁସେନାର ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧାନୋଆଙ୍କୁ ଅନେକ ଗୁଡ଼ିଏ ବିକଳ୍ପ ଦିଆଯାଇଥିଲା। ପ୍ରତ୍ୟୁଷ ୩ଟା ୩୦ରେ ଆରମ୍ଭ ହୋଇଥିବା ଅପରେସନ୍‌ ୨୧ ମିନିଟ ଧରି ଚାଲିଥିଲା। ଅପରେସନ୍‌ ଶେଷକରି ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢ଼ୁଆ ବିମାନଗୁଡ଼ିକ ଭାରତୀୟ ଆକାଶ ସୀମା ମଧ୍ୟକୁ ଫେରିଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଡ଼କାଇ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.