PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

କୁମ୍ଭରେ ବୁଡ଼ ପକାଇବା ସହ ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ପ୍ରଧାନମନ୍ତ୍ରୀ

ପ୍ରୟାଗରାଜ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୁମ୍ଭରେ ସ୍ନାନ କରିବାକୁ ପ୍ରୟାଗରାଜ ପହଁଞ୍ଚିଛନ୍ତି। ସେଠାରେ ସେ ସଙ୍ଗମ ଘାଟରେ ପୂଜାର୍ଚନା   କରି କୁମ୍ଭରେ ସ୍ନାନ ମଧ୍ୟ କରିଥିଲେ। ଯାହାର ଭିଡିଓ ସେ ନିଜେ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ କରି ମୋଦି ଲେଖିଛନ୍ତି ’କୁମ୍ବରେ ସ୍ନାନ କରିବାର ସୌଭାଗ୍ୟ ମିଳିଛି। ୧୩୦ କୋଟି ଭାରତୀୟଙ୍କ କଲ୍ୟାଣ ପାଇଁ ମୁଁ ପାର୍ଥନା କରୁଛି।

source: https://www.news18.com

ଏହାଛଡା ପ୍ରଧାନମନ୍ତ୍ରୀ ସ୍ବଚ୍ଛ କୁମ୍ଭ ସ୍ବଚ୍ଛ ଆଭାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ନା କେବଳ ସଫେଇ କର୍ମଚାରୀଙ୍କୁ ଭେଟିଥିଲେ ବଂର ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ। ସଫେଇ କର୍ମଚାରୀଙ୍କ ପାଦ ଧୋଇବା କଥାକୁ ବହୁଲୋକ ରାଜନୀତି ବୋଲି କହୁଛନ୍ତି। ସଫେଇ କର୍ମଚାରୀଙ୍କ ପାଦ ଧୋଇବା ପୂର୍ବରୁ ପ୍ରଧାନମନ୍ତ୍ରୀ କୁମ୍ଭରେ ସ୍ନାନ କରିଥିଲେ। କୁମ୍ଭରେ ଏପର୍ଯ୍ୟନ୍ତ ୨୫ କୋଟି ଲୋକ ସ୍ନାନ କରିସାରିଛନ୍ତି। ତେଣୁ ସଫେଇ କର୍ମଚାରୀଙ୍କ ସମ୍ମାନରେ ସେ ଏଭଳି କରିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର