PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଲାଇଭ ସୂର୍ଯ୍ୟ ପରାଗ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି:ଫଟୋ ଦେଖି ସୋସିଆଲ ମିଡିଆରେ ୟୁଜର କହିଲେ ମିମ୍ସ ତିଆରି ହେବ, ମୋଦି କହିଲେ…

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେରଳରୁ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦେଖିଛନ୍ତି। ମୋଦି ସନଗ୍ଲାସ ଲଗାଇ ସୂର୍ଯ୍ୟ ଗ୍ରହଣ ଦେଖିଥିଲେ ଓ ଏହାର ଫଟୋକୁ ନିଜେ ଟ୍ବିଟ୍ କରିଥିଲେ। ୨୦୧୯ର ଶେଷ ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ବେଳେ ଲାଗିଥିଲା, ଯାହାକି ମଧ୍ୟାହ୍ନ ୧ଟା ୩୬ ମନିଟ୍ ପର୍ଯ୍ୟନ୍ତ ଟାଇମ୍ ଦିଆଯାଇଛି।

ମୋଦି କେରଳର କୋଝିକୋଡ ସହରରେ ଏହି ସୂର୍ଯ୍ୟ ଗ୍ରହଣ ଦେଖିଛନ୍ତି। ସୂର୍ଯ୍ୟଗ୍ରହଣର ଫଟୋ ସୋସିଆଲ ମିଡିଆରେ ସେୟାର କରି କହିଥିଲେ, ମୋଦି ଲେଖିଛନ୍ତି, ର୍ଦୁଭାଗ୍ୟବଶତଃ, ଘନ ବାଦଲ କାରଣରୁ ମୁଁ ସୂର୍ଯ୍ୟ ଗ୍ରହଣ ଦେଖିପାରିନଥିଲି, କିନ୍ତୁ କୋଝିକୋଡରେ ମୁଁ ତାଙ୍କର ଏକ ଝଲକ ଦେଖିଲି।’

ଏହାର ଏକ ଫଟୋକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।ସୋସିଆଲ ମିଡିଆ ୟୂଜରମାନେ ଏହି ଫଟୋ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ ।   ଅନେକ ଭାରତୀୟଙ୍କ ପରି ସେ ବି ସୂର୍ଯ୍ୟ ପରାଗ ଦେଖିବା ପାଇଁ ଉତ୍ସୁକ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି । ମାତ୍ର ବାଦଲ ଓ ମେଘୁଆ ପାଗ ଯୋଗୁଁ ସେ ଏହା ଦେଖି ପାରି ନଥିବା କହିଛନ୍ତି।  

ମୋଦି କ୍ୟାପ୍ସନରେ ଆଗକୁ ଲେଖିଛନ୍ତି, ସୂର୍ଯ୍ୟ ଗ୍ରହଣକୁ ମୁଁ ଲାଇଭ ଷ୍ଟ୍ରିମିଂ ଜରିଆରେ ଦେଖିଛି। ଏହା ସହିତ ବିଶେଷଜ୍ଞ ସହିତ ଆଲୋଚନା କରି    ଏହି ବିଷୟରେ ସୂଚନା ମଧ୍ୟ ହାସଲ କରିଛି।।’ ମୋଦିଙ୍କ ଏହି ଫଟୋ ଦେଖି ଜଣେ ୟୁଜର ଲେଖିଥିଲେ, ଏହା ଉପରେ ଏବେ ମିମ୍ସ ତିଆରି ହେବ।’   ଏହାର ଜବାବରେ ମୋଦି କହିଥିଲେ- ‘ଆପଣଙ୍କୁ ସ୍ବାଗତ, ଏନଜୟ କରନ୍ତୁ।’

ସମ୍ବନ୍ଧିତ ଖବର