PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସାଧାରଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡର ଟୋପି ଓ ମଣିପୁର ଉତ୍ତରୀୟରେ ପ୍ରଧାନମନ୍ତ୍ରୀ ମୋଦି, ଟୋପିକୁ ନେଇ ଜୋର ଧରିଲା ଏଭଳି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧: ଦେଶ ଆଜି ନିଜର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାତୀୟ ଯୁଦ୍ଧ ସ୍ମାରକୀ ପହଁଞ୍ଚି ୨୬ ଜାନୁଆରୀ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ସବୁଠାରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ପହଁଞ୍ଚିଥିଲେ। ଯେଉଁଠି ସେ ସଶସ୍ତ୍ରବାହୀନର ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସ୍ବତନ୍ତ୍ର ଟୋପି ପିନ୍ଧିଥିବା ବେଳେ ମଣିପୁର ଉତ୍ତରୀୟରେ ମଧ୍ୟ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡର ଟୋପି ପିନ୍ଧିବା ପରେ ସୋସିଆଲ ମିଡିଆରେ ଏହାର ଖୁବ୍ ଚର୍ଚ୍ଚା ହେଉଛି । ବହୁ ଲୋକଙ୍କ ମତରେ ଏହି ଟୋପି ବିଷୟରେ ଜାଣିବାର ଇଛା ରହିଛି।

ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଟୋପି ପିନ୍ଧନ୍ତି, ସେଥିରେ କ’ଣ ଖାସ୍ ରହିଛି। ଆସନ୍ତୁ ଜାଣିବା ଏହି ଟୋପିରେ ଯେଉଁ ଡିଜାଇନ୍ ରହିଛି, ତା’ର ଅର୍ଥ କ’ଣ? ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଖାସ୍ ଟୋପି ବିଷୟରେ… ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। କେଦାରନାଥରେ ପୂଜାର୍ଚ୍ଚନା ବେଳେ ସେ ଏହି ଫୁଲ ଅର୍ପଣ କରନ୍ତି। ସବୁଠାରୁ ବଡ କଥା ହେଲା, ଆସନ୍ତା ମାସରେ ତ୍ତରାଖଣ୍ଡରେ ନିର୍ବାଚନ ରହିଛି।

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ପହଁଞ୍ଚିଥିଲେ। ସେ ଉତ୍ତରାଖଣ୍ଡର ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ଏହାପରେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ଲୋକ ଖୁସି ବ୍ୟକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ଟୋପି ପିନ୍ଧିଛନ୍ତି, ତାହା ଉତ୍ତରାଖଣ୍ଡର ପାହାଡି ଟୋପି। ଏହି ଟୋପିରେ ବ୍ରହ୍ମକମଳ ଚିହ୍ନ ରହିଛି, ଯାହାକି ଏକ ଫୁଲ। ଏହା ରାଜ୍ୟର ଫୁଲ ଓ ଶୁଭ ଚିହ୍ନ। ଏଥିରେ ଚାରି ରଙ୍ଗର ପଟି ରହିଛି, ଯାହାକି ଜୀବ, ପ୍ରକୃତି, ପୃଥିବୀ ଓ ଆକାଶର ସାମଞ୍ଜସ୍ୟ ବିଷୟରେ କୁହେ। ଏହି ଟୋପି ବିଶେଷ କରି ଲୋକାଲ କାରିଗରଙ୍କ ପକ୍ଷରୁ ତିଆରି କରାଯାଇଥାଏ। ମୋଦି ପିନ୍ଧିଥିବା ଏହି ଟୋପିକୁ ସୋହମ ଆର୍ଟ ଆଣ୍ଡ ହେରିଟେଜ୍ ସେଣ୍ଟର ମସୁରୀ ପକ୍ଷରୁ ତିଆରି କରାଯାଇଛି।

ସମ୍ବନ୍ଧିତ ଖବର